ରାଜଧାନୀରେ ମାଳମାଳ ସେକ୍ସ ରାକେଟ୍‌ ଧରାପଡ଼ିଛନ୍ତି ଚଳିତ ବର୍ଷ। କେଉଁଠି ପାର୍ଲର୍‌ ନାଁରେ ସେକ୍ସ ରାକେଟ୍‌ ଠାବ ହୋଇଥିଲା ତ ଆଉ କେଉଁଠି ମସାଜ୍‌ ସେଣ୍ଟରରେ ସେକ୍ସ ରାକେଟ। ପୁଲିସ ଚଳିତ ବର୍ଷ ୩୫ଟି ସେକ୍ସ ରାକେଟ୍‌ ଠାବ କରିଛି। ୫୦ରୁ ଅଧିକ ରୂପଜୀବୀଙ୍କୁ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧୢରୁ ଅଧିକା˚ଶ ବଙ୍ଗୀୟ। ବଡ଼କଥା ହେଉଛି, ଚଳିତ ବର୍ଷ ବିଦେଶୀ ଯୁବତୀ ସେକ୍ସ ରାକେଟ୍‌ରୁ ଉଦ୍ଧାର ହେବା। ଖାରବେଳନଗର ଥାନା ଅଧୀନ ୟୁନିଟ-୩ ହେଭେନ୍‌ ସ୍ପା’ରୁ ୪ଜଣ ଥାଇଲାଣ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି କ୍ୟାପିଟାଲ ଥାନା ଅଧୀନ ବାପୁଜୀ ଏଚଟୁଓ ସ୍ପା’ରୁ ୫ ଥାଇଲାଣ୍ତ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୮ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

Advertisment

ବଢ଼ୁଛି ଅଶ୍ଳୀଳ ଭାଇରାଲ୍‌ ଭିଡିଓ

publive-image

ଚଳିତ ବର୍ଷ ଫେସ୍‌ବୁକ୍‌ରୁ ଆରମ୍ଭ କରି ହ୍ବାଟସ୍‌ଆପ୍‌ ଆଦି ବିଭିନ୍ନ ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ ଏକ ଟ୍ରେଣ୍ଡ ପାଲିଟିଥିଲା। ଭିଡିଓ ଭାଇରାଲ୍‌ ନେଇ ପୁଲିସର କଟକଣା ସତ୍ତ୍ବେ ଅପରାଧୀମାନେ ପୁଲିସକୁ ତିଳେ ମାତ୍ର ଭୟ ନକରି ବର୍ଷକ ମଧ୍ୟରେ ୧୦ରୁ ଊର୍ଧ୍ବ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିଥିଲେ। ଛାତ୍ରୀଙ୍କଠୁ ଆରମ୍ଭ କରି କଣ୍ଠଶିଳ୍ପୀ, ଅଭିନେତ୍ରୀ କେହି ବି ବାଦ୍‌ ପଡ଼ି ନଥିଲେ। ଏହା କେବଳ ସମ୍ପୃକ୍ତ ମହିଳାଙ୍କୁ ଜୀବନକୁ ବିଗାଡ଼ି ଦେଉନି, ପୂରା ପରିବାରକୁ ଦୁର୍ଦିନକୁ ଠେଲି ଦେଉଛି। ତେବେ ବାରମ୍ବାର ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ପକ୍ଷରୁ କଟକଣା ଜାରି କଲା। ଆଡ୍‌ଭାଇଜରି ବି ଜାରି କରାଗଲା। ଏହା ସତ୍ତ୍ବେ ଭିଡିଓ ଭାଇରାଲ ପୁଲିସକୁ ଚିନ୍ତାରେ ପକାଇଛି।

ମଳଦ୍ବାରରେ ଚୋରା ସୁନା

publive-image

ଚଳିତ ବର୍ଷ ବିମାନବନ୍ଦରରୁ ୨୫କୋଟିରୁ ଊର୍ଧ୍ବ ଟଙ୍କାର ବିଦେଶୀ ସୁନା ଜବତ ହୋଇଛି। ଅଧିକାଂଶ ସୁନା ଚାଲାଣକାରୀଙ୍କ ମଳଦ୍ବାରରୁ ଜବତ ହୋଇଛି। ଜୋତା ଭିତରେ, ଅନ୍ତବସ୍ତ୍ର, ଟ୍ରଲିବ୍ୟାଗ୍‌ ଚକରେ ସୁନା ନେଇ ବିମାନବନ୍ଦର ଚେକିଂ ପଏଣ୍ଟରୁ ଖସି ଯିବାକୁ ମଧ୍ୟ ଉଦ୍ୟମ ହୋଇଥିଲା। କିନ୍ତୁ ସୀମାଶୁଳ୍କ ବିଭାଗ ସେସବୁକୁ ଭଣ୍ଡୁର କରି ଦେଇଥିଲା। ଅଧିକାଂଶ ଚୋରା ଚାଲାଣକାରୀ କ୍ବାଲାଲମ୍ପୁର, ବ୍ୟାଙ୍କକ୍‌ରୁ ସୁନା ଆଣୁଥିଲେ। ସବୁଠାରୁ ଚର୍ଚ୍ଚାରେ ରହିଥିଲା, ଡିସେମ୍ବର ୨୨ ତାରିଖରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜବତ ହୋଇଥିବା ୨୫୪.୪୭୦ ଗ୍ରାମ୍‌ ସୁନା। ଚାଲାଣକାରୀଜଣଙ୍କ ନିଜ ମଳଦ୍ୱାରରେ ପାଉଡର୍‌ ଆକାରରେ ସୁନା ଆଣିଥିଲେ। ଉକ୍ତ ପାଉଡର୍‌କୁ କେମିକାଲ ଟ୍ରିଟ୍‌ମେଣ୍ଟ କରାଯିବା ପରେ ତାହା ପ୍ରକୃତ ରୂପକୁ ଆସିଥିଲା। ଏପରି ଅଭିନବ ଉପାୟରେ ସୁନା ଚୋରାଚାଲାଣ ଚର୍ଚ୍ଚାର ବିଷୟ ପାଲଟିଥିଲା।