ଭରତପୁରରେ ସେକ୍ସ ରୢାକେଟ୍‌: ୩ ବଙ୍ଗୀୟ ଯୁବତୀ, ୨ ଦଲାଲ୍‌ ଅଟକ

ମାଉଜର୍‌, କାର୍ ଓ ବାଇକ୍‌ ଜବତ

ଖଣ୍ଡଗିରି,: ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖଣ୍ଡଗିରି ଥାନାର ଏକ ସ୍ବତନ୍ତ୍ର ଟିମ୍‌ ଭରତପୁର ଜିଏ ପ୍ଲଟ୍‌ ଅଞ୍ଚଳରେ ଏକ ଡ୍ୟୁପ୍ଲେକ୍ସରେ ଚଢ଼ଉ କରି ସେକ୍ସ ରୢାକେଟ୍‌ ଠାବ କରିଛି। ସେଠାରୁ ୩ ଜଣ ବଙ୍ଗୀୟ ଯୁବତୀ ଓ ଦୁଇ ଦଲାଲ୍‌ଙ୍କୁ ଧରି ଥାନାରେ ଅଟକ ରଖାଯାଇଛି। ଦଲାଲ୍‌ ଦ୍ବୟଙ୍କଠାରୁ ପୁଲିସ ଏକ ମାଉଜର୍‌, ଗୋଟିଏ କାର୍, ଗୋଟିଏ ବାଇକ୍‌ ଓ ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ କିଛି କହିବାକୁ ମନା କରି ଦେଇଛି। ସୂଚନାନୁସାରେ ଉକ୍ତ ଡ୍ୟୁପ୍ଲେକ୍ସ‌ରେ କିଛି ଦିନ ହେଲା ଏକ ସେକ୍ସ ରୢାକେଟ୍‌ ଚାଲିଛି ବୋଲି ଖବର ପାଇ ଆଜି ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୁଲିସ ଟିମ୍‌ ଅଚାନକ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘର ଭିତରୁ ୩ ବଙ୍ଗୀୟ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ପୁଲିସ ଧରିଥିଲା। ଅଟକ ଯୁବକଦ୍ବୟ ନିରଞ୍ଜନ ଓ ବବୁଲ୍‌ଙ୍କ ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି। ନିରଞ୍ଜନ ଓ ବବୁଲ୍‌ ଏହି ରୢାକେଟ୍‌ର ଦଲାଲ୍‌ ବୋଲି କୁହାଯାଉଥିଲେ ବି ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ବହୁ ସମୟରେ ଉକ୍ତ ଘରକୁ ଗରାଖମାନେ ଆସୁଥିବାବେଳେ କିଛି ସମୟରେ ଦଲାଲ୍‌ଦ୍ବୟ କାର୍ ଯୋଗେ ଯୁବତୀମାନଙ୍କୁ ବାହାରକୁ ନେଇ ଯାଉଥିବା ପୁଲିସ ସନ୍ଦେହ କରୁଛି। ସେହିଭଳି ଏହି ରୢାକେଟ୍‌ ଚଳାଉଥିବା ମାଷ୍ଟରମାଇଣ୍ଡ ଅନ୍ୟ କେହି ବୋଲି ପୁଲିସ ସନ୍ଦେହ କରି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର