ପୁଣେ: ପୁଣେର ଭିମାନ ନଗରଠାରେ ଥିବା ଏକ ସ୍ପାଠାରେ ଅନ୍ତର୍ଜାତୀୟ ସ୍ତରର ସେକ୍ସ ରାକେଟ୍ ଚାଲୁଥିବା ଜଣାପଡ଼ିଛି । ଏକ ସ୍ପାରେ ଚଢ଼ଉ କରି ପୁଲିସ୍ ୪ ଜଣ ଥାଇ ଯୁବତୀଙ୍କୁ ଉଦ୍ଧାର କରିଥିବା ଜାଣିବାକୁ ମିଳିଛି।
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଏହି ରାକେଟ୍ କେରେଗାଓଁ ପାର୍କସ୍ଥିତ ମୀରା ନଗର ସୋସାଇଟିର ବାସିନ୍ଦା ବଣ୍ଟିକୁମାର କଣ୍ଟିଭାଇ ପଟେଲ(୨୭) ନାମକ ଜଣେ ଯୁବକ ଓ କୋନ୍ଧଓ୍ଵାରେ ରହୁଥିବା ନାଗାଲାଣ୍ଡର ଜଣେ ୨୪ ବର୍ଷୀୟା ମହିଳା ଚଳାଉଥିଲେ।
କମର୍ସିଆଲ୍ ଅଞ୍ଚଳସ୍ଥିିତ ଗୁଲମୋହର ସୋସାଇଟିର ହାଉସ୍ ନମ୍ବର୧୮ରେ ଥିବା ‘ଲେ ଭିକ୍ଟୋରିଆ ସ୍ପା ଆଣ୍ଡ୍ ସେଲୁନ ସେଣ୍ଟର୍ରେ’ ଏହି ସେକ୍ସ ରାକେଟ୍ ଚାଲୁଥିଲା ବୋଲି ପୁଲିସ୍ ସୂଚନା ଦେଇଛି।
ସ୍ପା ସେଣ୍ଟର୍ରେ କର୍ମଚାରୀମାନଙ୍କୁ ଚାକିରି ଦେଇ ପରେ ଦେହ ବ୍ୟବସାୟରେ ଲଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ନାଗାଲଣ୍ଡ୍ର ଉକ୍ତ ମହିଳା ବୋଲି ପୁଲିସ୍ ସୂଚନା ଦେଇଛି।
ମୁଖ୍ୟତଃ ୩୧ ରୁ ୪୧ ବର୍ଷ ବୟସ ମଧ୍ୟର ମହିଳାମାନେ ଏହି ଦେହ ବ୍ୟବସାୟର ଶିକାର ହୋଇଥିବା ସୂଚନା ରହିଛି। କେବଳ ଦେଶ ନୁହେଁ ଦେଶ ବାହରର ପୀଡ଼ିତା ବି ଏଥିରେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି। ଜାଣିବାକୁ ମିଳିଛି ଯେ ଏହି ସ୍ପା ସେଣ୍ଟରରେ କାମ କାରୁଥିବା ମହିଳାଙ୍କ ଦରମା ସର୍ବନିମ୍ନ ୫୦ ହଜାର ଟଙ୍କା।