ପୁରୁଣା ଭୁବନେଶ୍ୱର : ରବିବାର ଶ୍ରୀରାମନଗର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଓ କୁଇକ୍ ଆକ୍ସନ୍ ଟିମ୍ ମିଳିତ ଚଢ଼ଉ କରି ଏକ ସେକ୍ସ୍ ର୍ୟାକେଟ୍ ଠାବ କରିଥିବାବେଳେ ସେଠାରୁ ଧରା ପଡ଼ିଥିବା ଦୁଇ ଯୁବକଙ୍କୁ ଆଜି କୋର୍ଟ ଚାଲାଣ ପରେ ଜେଲ୍ ପଠାଯାଇଛି। ଗିରଫ ଯୁବକମାନେ ହେଲେ ପଶ୍ଚିମବଙ୍ଗ ହାଓ୍ଵଡ଼ା ମାଟିପୁର ଅଞ୍ଚଳର ସୁଲେମାନ୍ ସେକ୍(୨୯)ଓ କେନ୍ଦ୍ରପଡ଼ା ରାଜକନିକା ଅଞ୍ଚଳର ସୁବାସ ବେହେରା(୪୦)। ଉଦ୍ଧାର ରୂପଜୀବୀ ଦ୍ୱୟଙ୍କୁ ଯାଁଳାସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀରାମନଗର ପ୍ଲଟ୍ ନଂ ୧୬୯୨ରେ ଏକ ଭଡ଼ା ଘରେ ଏହି ର୍ୟାକେଟ୍ ଚାଲିଥିଲା। ନୂଆ ବର୍ଷର ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସେଠାରେ ଜୋରଦାର ବ୍ୟବସ୍ଥା ହୋଇଥିଲା। କେତେକ ଯୁବକ ରାତି ୧୨ଟା ପୂର୍ବରୁ ଏଠାକୁ ଆସିବାର ଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେଣୁ ସେଠାରେ ଅଚାନକ ଚଢ଼ଉ କରିଥିଲା।
ଶ୍ରୀରାମନଗରରେ ସେକ୍ସ ର୍ୟାକେଟ୍: ଜେଲ୍ ଗଲେ ୨ଯୁବକ
/sambad/media/post_attachments/wp-content/uploads/2018/01/sex-racket.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)