ବିୟୁଟି ପାର୍ଲର ଆଢ଼ୁଆଳ‌ରେ ଚାଲୁଥିଲା ସେକ୍ସ ରାକେଟ୍, ୧୭ଜଣଙ୍କୁ ଗିରଫ କଲା ପୁଲିସ

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁର ସହରର‌େ ଚାଲୁଥିବା ସେକ୍ସ ରାକେଟକୁ ଠାବ କରିଛି ପୁଲିସ। ବିୟୁଟି ପାର୍ଲର ଆଢ଼ୁଆଳ‌ରେ ସେକ୍ସ ରାକେଟ ଚାଲୁଥିବା ଜାଣି ସେଠାରେ ପହଞ୍ଚିବା ପରେ ପୁଲିସ ୧୬ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ଦୁର୍ଗାପୁର ସହରରେ ଏକ ହନିଟ୍ରାପ୍ ସକ୍ରିୟ ଥିବାର ସୂଚନା ପାଇ ପୁଲିସ ଜଣଙ୍କୁ ଗ୍ରାହକ କରି ସେଠାକୁ ପଠାଇଥିଲା। ଯାହା ପରେ ବିୟୁଟି ପାର୍ଲର ଆଢ଼ୁଆଳ‌ରେ ସେଠାରେ ଦେହ ବ୍ୟାପାର ଚାଲୁଥିବା ନେଇ ଜାଣିବା ସହ ଶନିବାର ୧୭ଜଣଙ୍କୁ ଗିରଫ କରିଛି ପୁଲିସ।

Related image
Oneindia

ଘଟଣାକୁ ନେଇ ପୁଲିସ ଏତଲା ଲେଖିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସହରରେ ଥିବା ଅନ୍ୟ ବିୟୁଟି ପାର୍ଲର ଓ ସ୍ପା ସେଣ୍ଟରରେ ପୁଲିସ କଡ଼ା ନଜରର ରଖିଥିବା କହିଛି। ତେବେ ଏହା ପ୍ରଥମ ନୁହେଁ ୨୦୧୯ରେ ଦିଲ୍ଲୀରେ ଥିବା ବିଭିନ୍ନ ସ୍ପା ସେଣ୍ଟରରୁ ସେକ୍ସ ରାକେଟ ଠାବ କରିଥିଲା ପୁଲିସ। ଯେଉଁଠି ସ୍ପା କରିବା ନାଁରେ ଲୋକେ ଦେହ ବେପାର କରୁଥିଲେ। ସେଭଳି ଭାବରେ ଗତ କିଛି ଦିନ ମଧ୍ୟରେ ମୁମ୍ବାଇରେ ମଧ୍ୟ ଦୁଇଟି ସେକ୍ସ ରାକେଟକୁ ଠାକ କରିଛି ପୁଲିସ। ପ୍ରଥମେ ପଞ୍ଚ ତାରକା ହୋଟେଲରୁ ଜଣେ ମଡେଲ ଓ ଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ପୁଲିସ ଗିରଫ କରିଥିବା ବେଳେ କିଛି ଦିନ ତଳେ ଏକ ତିନି ତାରକା ହୋଟେଲରୁ ୩ଜଣ କଳାକାରଙ୍କୁ ଉଦ୍ଧାର କରିଥିଲା ପୁଲିସ। ସେମାନଙ୍କ ମଧ୍ୟରୁ ଜଣେ ସାବଧାନ ଇଣ୍ଡିଆରେ କାମ କରି ସାରିଥିବା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର