ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବାପରେ ଆଠ ମହଲାରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ରୀ, ତଳେ ଛିଡା ହୋଇ ଲୋକେ ବଜାଉ ଥିଲେ ତାଳି

ନୂଆଦିଲ୍ଲୀ: ଚୀନର କିଙ୍ଗୟାଗ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଆଠ ମହଲାରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଛି। ତେବେ ସବୁଠାରୁ ଲଜ୍ଜାର ବିଷୟ ହେଉଛି ଲୋକମାନେ ତାକୁ ଉଦ୍ଧାର କରିବା ବଦଳରେ ତଳେ ଛିଡା ହୋଇଛି ତାଳି ବଜାଉ ଥିବାର ଦୃଶ୍ୟ ଦେଖିବାକ ମିଳୁଛି।

ସୂଚନାଯୋଗ୍ୟ, ଛାତ୍ରୀ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଅନେକ ଲୋକ ତାକୁ ଟାହି ଟାପରା କରିବା ଆରମ୍ଭ କରି ଦେଇଥିଲେ। ଉକ୍ତ ଶିକ୍ଷକଙ୍କ ବିରୋଧରେ ପୀଡିତାଙ୍କ ପରିବାର ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ୩୬ଲକ୍ଷ ଟଙ୍କା ଦେଇ ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୀଡିତାଙ୍କ ପରିବାରଲୋକ ଏଥିରେ ରାଜି ହୋଇ ନଥିଲେ। ଏପଟେ ଛାତ୍ରୀଙ୍କୁ ଯିଏ ଯେତେବେଳେ ଦେଖିଲା ଅପମାନିତ କରିବାର ଲାଗିଲା। ଫଳରେ ସେ ଏସବୁ ଆଉ ସହ୍ୟ କରି ନପାରି ଆଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲା।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଛାତ୍ରୀ ଜଣକ ଆଠ ମହଲର ରେଲିଙ୍ଗରେ ଚଢ଼ି ତଳକୁ ଡେଇଁବା ପାଇଁ ଚେଷ୍ଟା କରୁଛି। ସେଠରେ ଥିବା ସିକ୍ୟୁରିଟି ଟିମ୍‌ର ଲୋକମାନେ ଛାତ୍ରୀଙ୍କୁ ଓହ୍ଲାଇ ଆସିବାକୁ କହୁଛନ୍ତି। କିନ୍ତୁ ସେଠେରେ ଥିବା ଅନ୍ୟମାନେ ତାଳି ବଜାଉ ଥିବା ଶୁଣିବାକୁ ମିଳୁଛି ଏବଂ ଚୀନ ଭାଷାରେ ଛାତ୍ରୀଙ୍କୁ ଏଯାବତ୍‌ ଆତ୍ମହତ୍ୟା କରି ନଥିବା କଥା ବି କହୁଛନ୍ତି।

ଭିଡିଓ ଭାଇରାଲ ହେବା ପରେ ପୁଲିସ  ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ଉତ୍ସୁକାଇ ଥିବା ଅପରାଧରେ କିଛି ଲୋକଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର