୧୫ବର୍ଷିୟ ଛାତ୍ର ସହ ଶାରୀରିକ ସଂପର୍କ ରଖୁଥିଲେ ଗର୍ଭବତୀ ଥିବା ଶିକ୍ଷୟତ୍ରୀ,ମିଳିଲା ୬ ବର୍ଷ ଜେଲ ଦଣ୍ଡ

ଟେକ୍ସାସ : ଜଣେ ୧୫ବର୍ଷିୟ ନାବାଳକ ସହ ଶାରୀରିକ ସଂପର୍କ ରଖି ୬ ବର୍ଷ ଜେଲ୍‌ ଦଣ୍ଡ ଭୋଗିଛନ୍ତି ଜଣେ ଶିକ୍ଷୟିତ୍ରୀ । ଆମେରିକାର ଜଣେ ଇଂରାଜୀ ଶିକ୍ଷୟତ୍ରୀ ନିଜର ଯୌନ ଲାଳସା ପୂର୍ଣ୍ଣ କରିବା ପାଇଁ ଜଣେ ୧୫ବର୍ଷିୟ ଛାତ୍ର ସହ ଜୋର ଜବରଦସ୍ତ ଯୌନ ସଂପର୍କ ରଖୁଥିଲେ । କେବଳ ତାଙ୍କ ସହ ନୁହେଁ, ତାଙ୍କ ପାଖରେ ପଢ଼ୁଥିବା ଅନ୍ୟ କିଛି ଛାତ୍ରଙ୍କ ସହ ମଧ୍ୟ ଶିକ୍ଷୟତ୍ରୀ ଜଣଙ୍କ ଯୌନ ସମ୍ବନ୍ଧ ରଖିଥିଲେ । ଏହା ସହ ଶିକ୍ଷୟତ୍ରୀ ଜଣଙ୍କ ଗର୍ଭବତୀ ଥିବା ସମୟରେ ମଧ୍ୟ ଛାତ୍ରଙ୍କ ସହ ଯୌନ ସମ୍ବନ୍ଧ ରଖୁଥିଲେ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଶିକ୍ଷୟତ୍ରୀ ଜଣଙ୍କ ଆମେରିକାର କ୍ୟାଥ୍‌ରିନ୍‌ ରୁଥ୍‌ ହାର୍ପର ବୋଲି ଜଣାପଡ଼ିଛି । ପୂର୍ବରୁ ଅନେକ ଛାତ୍ରଙ୍କ ସହ ଶାରୀରିକ ସଂପର୍କ ରଖିଥିବା ବେଳେ ୧୫ବର୍ଷିୟ ପୀଡ଼ିତଙ୍କ ସହ ଶାରୀରିକ ସଂପର୍କର ଖବର ସାମ୍ନାକୁ ଆସି ଯାଇଥିଲା ।

The Inquisitr

ସ୍କୁଲର ଅନ୍ୟ କର୍ମଚାରୀମାନଙ୍କୁ କ୍ୟାଥ୍‌ରିନ୍‌ଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସ୍କୁଲ ଆସି ପଚରାଉଚରା କରିବା ପରେ ୧୫ବର୍ଷିୟ ପୀଡ଼ିତ ସବୁ ସତ କଥା ମାନି ଯାଇଥିଲେ । ଖରାଦିନ ଛୁଟିରେ କ୍ୟାଥ୍‌ରିନ୍‌ ତାଙ୍କ ଘରକୁ ବୁଲି ଆସିଥିବା ବେଳେ ଦୁଇ ଜଣ ସାଥୀରେ ମଦ ପିଇବା ସହ ଶାରୀରିକ ସଂପର୍କ ରଖିଥିଲେ । ୨୦୧୬ମସିହାରେ ଜୁନ୍‌ରୁ ଜୁଲାଇ ମାସ ମଧ୍ୟରେ ଅନେକ ଥର ଦୁଇ ଜଣ ଶାରୀରିକ ସଂପର୍କ ରଖିଥିଲେ । ଅନ୍ୟ ପକ୍ଷରେ କ୍ୟାଥ୍‌ରିନଙ୍କୁ ଗିରଫ କରିବା ସମୟରେ ସେ ୮ମାସର ଗର୍ଭବତୀ ଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ସେ ପିଲା ତାଙ୍କ ସ୍ୱାମୀଙ୍କର ନା ୧୫ବର୍ଷିୟ ଛାତ୍ରର ।

ସମ୍ବନ୍ଧିତ ଖବର