ଭାଇ-ଭଉଣୀକୁ ପ୍ରେମୀଯୁଗଳ ଭାବି ବିଚ୍‌ ରାସ୍ତାରେ ଅସଦାଚରଣ, ଭିିଡିଓ ତିଆରି କରି ଭାଇରାଲ କଲେ ୩ ଅଭିଯୁକ୍ତ

ଗୋରଖ୍‌ପୁର : ଉତ୍ତରପ୍ରଦେଶର ଗୋରଖ୍‌ପୁରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ବିଚ୍‌ ରାସ୍ତାରେ ଭାଇ-ଭଉଣୀଙ୍କୁ ପ୍ରେମୀଯୁଗଳ ଭାବି ସେମାନଙ୍କ ସହ ଅସଦାଚରଣ କରିଥିବାର ଖବର ସମସ୍ତଙ୍କୁ ଆନ୍ଦୋଳିତ କରିଛି । ସେହି ସମୟରେ ରେକର୍ଡର୍ କରାଯାଇଥିବା ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରାଯାଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିବା ଜଣାପଡ଼ିଛି ।

Broden & Mickelsen, LLP

ସୂଚନା ମୁତାବକ, ପିଉସୀଙ୍କ ପୁଅ ସହ ପୀଡ଼ିତା ଜଣଙ୍କ ଘରକୁ ଫେରୁଥିବା ବେଳେ ସେହି ସମୟରେ ଏକ ଜନଶୂନ୍ୟ ସ୍ଥାନରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ ୩ ଜଣ ଦୁର୍ବୃତ୍ତ । ସେମାନଙ୍କୁ ପ୍ରେମୀଯୁଗଳ ଭାବି ସେମାନଙ୍କୁ ଡ଼ରାଇବା ସହ ପୀଡ଼ିତାଙ୍କ ସହ ଅସଦାଚରଣ କରିଥିଲେ । ପୀଡ଼ିତାଙ୍କ ଭାଇ ପାଟି କରିବାରୁ ତାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିବାର ଧମକ ମଧ୍ୟ ଦେଇଥିଲେ । ଯାହା ଫଳରେ ଡ଼ରରେ ପୀଡ଼ିତାଙ୍କ ଭାଇ କିଛି କରି ପାରି ନଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପୂରା ଘଟଣାର ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ଭିଡ଼ିଓର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର