ଶାମଲି: ଉତ୍ତରପ୍ରଦେଶର ଶାମଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କାନ୍ଧଲା ଥାନା ଅଞ୍ଚଳର କୈରାନା ରୋଡରେ ଥିବା ରାମଲୀଳା ମେଳାରେ ଅଭଦ୍ରାମୀ କରିବା ଦୁଇଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି।
ସୂଚନାଯୋଗ୍ୟ, କୈରାନା ରୋଡରେ ଥିବା ରାମଲୀଳା ମେଳାକୁ ବୁଲିବାକୁ ଯାଇଥିବା ଯୁବତୀଙ୍କୁ ଦୁଇଜଣ ଯୁବକ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଯୁବତୀ ଜଣକ ସାହସ ଦେଖାଇ ଅଭିଯୁକ୍ତକୁ କାବୁ କରି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଏମିତି କି ଯୁବତୀ ଜଣକ ୧୦ ସେକେଣ୍ଡ ମଧ୍ୟରେ ଯୁବକଙ୍କ ଗାଲରେ ୧୧ ଥର ଚାପୁଡ଼ା ମାଡ଼ ମାରିଥିଲେ।
ଘଟଣା ପରେ ମେଳାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ମେଳାରେ ଉପସ୍ଥିତଥିବା ଅନ୍ୟ ଲୋକମାନେ ଦୁଇଜଣ ଅଭିଯୁକ୍ତଙ୍କୁ ନିସ୍ତୁକ ଛେଚିଥିଲେ। ତଥାପି ଅଭିଯୁକ୍ତମାନେ ଭିଡ଼ର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।
ସୂଚନା ପାଇବା ମାତ୍ରେ କାନ୍ଧଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ସେତେବେଳକୁ ଅଭିଯୁକ୍ତମାନେ ଫେରାର ହୋଇ ସାରିଥିଲେ। ପୁଲିସ ଏବେ ଭାଇରାଲ ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/05/untitled-18-2025-10-05-19-01-06.jpg)