ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା

ଭୁବନେଶ୍ବର : ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ସବଜେଲର ମହିଳା କଏଦୀ ସେଲରେ ଥିବା ଶର୍ମିଷ୍ଠା ରାଉତ ଏବେ କାନ୍ଦୁଛନ୍ତି  । ତାଙ୍କ ସହ ଏକାଠି ଥିବା ଝୁନା ଭୋଇ ବି ପ୍ରତିଦିନ କାନ୍ଦୁଛନ୍ତି । ଏପରିକି ଉଭୟ ଅଭିଯୁକ୍ତ ଠିକ ଭାବେ ଖିଆପିଆ ବି କରୁନାହାନ୍ତି । ବୋଧହୁଏ ଉଭୟେ ନିଜ କୁକର୍ମ ପାଇଁ ପଶ୍ଚାତାପ କରୁଛନ୍ତି ।

ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଓଇଏସ ଅଧିକାରୀ ନିରଂଜନ ସେଠୀଙ୍କ ହାବଭାବ ବେଶ ସ୍ବାଭାବିକ ଜଣାପଡୁଛି । ସେ ଏବେ ଭଦ୍ରକ ସବଜେଲର ୯ ନମ୍ବର ସେଲରେ ରହୁଛନ୍ତି । ମାନସ ହତ୍ୟା ମାମଲାରେ ଗିରଫ ହୋଇଥିଲେ ବି ତାଙ୍କ ହାବଭାବ ଦେଖିଲେ ମନେହେଉଛି ତାଙ୍କ ମନରେ କୌଣସି ଅନୁଶୋଚନା ନାହିଁ ।

ସୂଚନାଯୋଗ୍ୟ ଯେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି ।

 

ସମ୍ବନ୍ଧିତ ଖବର