ଭିଡିଓ ଜରିଆରେ ମହିଳା କହିଲେ, ସେ ଜାଣିଶୁଣି ପୁରୁଷଙ୍କୁ ଏଥିପାଇଁ କରିଛନ୍ତି ଏଚଆଇଭି ସଂକ୍ରମିତ

ନୂଆଦିଲ୍ଲୀ: ଜର୍ଜିୟାର ଜଣେ ମହିଳା ଲାଇଭ୍‌ ଭିଡିଓ ଜରିଆରେ ପ୍ରତିଶୋଧ ନେବା ପାଇଁ ଜାଣିଶୁଣି ପୁରୁଷଙ୍କୁ ଏଚଆଇଭି ସଂକ୍ରମିତ କରିଛନ୍ତି ବୋଲି କହିଛନ୍ତି। । ମହିଳାଙ୍କ ଏହି ଦାବି ପରେ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି।

ପ୍ରକାଶିତ ଖବର ମୁତାବକ, ଉକ୍ତ ମହିଳାଙ୍କ ପରିଚୟ ବ୍ରାଣ୍ଡି ୟାକିମା ଲସିଟର ବୋଲି ଜଣାପଡ଼ିଛି। ଗୋଟିଏ ମିନିଟ୍‌ର ଏହି ଭିଡିଓରେ ମହିଳା ନିଜ ମୁହଁରେ ନିଜ ଦ୍ୱାରା ସଂକ୍ରମିତ କରିଥିବା ପୁରୁଷ ତାଙ୍କ ପତ୍ନୀ ଓ ଗାର୍ଲଫ୍ରେଣ୍ଡ ତାଲିକା ବତାଉଛନ୍ତି। ଭିଡିଓରେ ଏସବୁ କହୁଥିବା ସମୟରେ ମହିଳା ବହୁତ ଖୁସି ନଜର ଆସୁଛନ୍ତି। ସେ ଏସବୁ ପ୍ରତିଶୋଧ ନେବା ପାଇଁ କରିଥିବା କଥା କହି ସେ ଜୋରଜୋରରେ ହସିବାକୁ ଲାଗୁଛନ୍ତି।

ମହିଳା ଭିଡିଓରେ ଏଚଆଇଭି ସଂକ୍ରମିତ କରିଥିବା କେତେଜଣଙ୍କ ନାମ ନେଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପୁଲିସରେ ମାମଲା ରୁଜୁ କରିଛନ୍ତି। ପୁଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ଆଉ ଏକ ଭିଡିଓରେ ଲସିଟର ନିଜର ଏଚଆଇଭିକୁ ପ୍ରମାଣ କରିବା ପାଇଁ ବି ଏକ ନୂଆ ବ୍ଲଡ ଟେଷ୍ଟ କରିବାକୁ ସହମତି ଦେଇଛନ୍ତି। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି ଜର୍ଜିଆରେ ଜାଣିଶୁଣି ଏଚଆଇଭି ସଂକ୍ରମଣ କରିବା ଏକ ପ୍ରକାର ଅପରାଧ ଅଟେ।

ସମ୍ବନ୍ଧିତ ଖବର