ଲକ୍ଷ୍ନୌ: ବୁଲନ୍ଦସହର ସିଆନା ହିଂସା ଓ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ଯୁବମୋର୍ଚ୍ଚା ନେତା ଶିଖର ଅଗ୍ରଓ୍ଵାଲଙ୍କୁ ହାପୁରରୁ ପୁଲିସ ଆଜି ଗିରଫ କରିଛି। ଏହି ହତ୍ୟାକାଣ୍ଡ ଓ ହିଂସା ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ୩୫ ଜଣଙ୍କୁ ଗିରଫ କରିସାରିଲାଣି।
Shikhar Aggarwal, accused in murder case of Inspector Subodh Singh in #BulandshahrViolence, arrested by Bulandshahr police from Hapur today pic.twitter.com/UTePsqiHV8
— ANI UP (@ANINewsUP) January 10, 2019
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୩ ତାରିଖରେ ବୁଲନ୍ଦସହରେ ଗେହତ୍ୟା ଘଟଣା ନେଇ ବ୍ୟାପକ ହିଂସା ଓ ଗଣ୍ଡଗୋଳ ଘଟିଥିଲା। ଏହି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇଥିିବା ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କୁ ଫାର୍ସାରେ ହାଣି ଓ ଗୁଳି କରି ହତ୍ୟା କରାଯାଇଥିଲା। ସେହି ଦିନ ଠାରୁ ଏହି ଭିଡ଼ ହିଂସାକୁ ଉସ୍କାଇଥିବା ଅଭିଯୁକ୍ତ ଯୁବମୋର୍ଚ୍ଚା ନେତା ଶିଖର ଅଗ୍ରଓ୍ଵାଲ ଫେରାର ଥିଲେ। ଏହି ଘଟଣାରେ ଶ୍ରୀ ସିଂଙ୍କୁ ଗୁଳିମାରିଥିବା ପ୍ରଶାନ୍ତ ନାଟଙ୍କୁ ପୁଲିସ ଗିରଫ କରିବା ପରେ ସେ ଗୁଳି ମାରିଥିବା କଥାକୁ ସ୍ୱୀକାର କରିଛନ୍ତି। ଏହି ଇନସ୍ପେକ୍ଟର ଶ୍ରୀ ସିଂହଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲିି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟାନାଥ ଯୋଗୀ ଘୋଷଣା କରିଥିଲେ।