ମୁମ୍ବାଇ: ସେପ୍ଟେମ୍ବର ୧୬ ତାରିଖରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୬୦ କୋଟି ଟଙ୍କାର ଠକେଇ ମାମଲାରେ ରାଜ କୁନ୍ଦ୍ରାଙ୍କ ବୟାନ ରେକର୍ଡ କରିଥିଲା। ଏହି ବୟାନ ରେକର୍ଡ ୫ଘଣ୍ଟା ଧରି ଚାଲିଥିବା ଜଣାପଡ଼ିଛି।
ରାଜ କୁନ୍ଦ୍ରା ଏହି ବୟାନ ରେକର୍ଡ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି "ମୁଁ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ସମ୍ପ୍ରତି ପଞ୍ଜୀକୃତ ଏଫଆଇଆର ବିଷୟରେ ଅବଗତ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ତଦନ୍ତର ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଛି । ଏମିତି କି ୨୦୧୬ ଡିସେମ୍ବରରେ କମ୍ପାନି ଲିକ୍ୱିଡେସନକୁ ଯିବା ପରେ ମଧ୍ୟ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରଦାନ କରାଯାଇଥିଲା।
ଯେଉଁ କମ୍ପାନି ବିଷୟରେ କଥା ଉଠିଛି ତାହା ଏକ ଷ୍ଟାର୍ଟଅପ୍ ଥିଲା। ଷ୍ଟାର୍ଟଅପ୍ କମ୍ପାନି କିଛି ସଫଳ ହୋଇଥିବା ବେଳେ କିଛି ଅସଫଳ ହୋଇଥାଏ। ଏହି ମାମଲାରେ ପ୍ରତ୍ୟେକ ନିଷ୍ପତ୍ତି ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଦ୍ଦେଶକ ବୋର୍ଡର ଅନୁମୋଦନ ସହିତ ନିଆଯାଇଥିଲା, ଯେଉଁଥିରେ ଦୀପକ କୋଠାରୀଙ୍କ ପୁଅ ମଧ୍ୟ ସାମିଲ ଥିଲେ। ନଅ ବର୍ଷ ପରେ ଏବେ ଏପରି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଲିକ୍ୱିଡେସନ ସମୟରେ ଏପରି କୌଣସି ଦାବି କରାଯାଇ ନଥିଲା।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/c3489a6d-c61f-4e61-805b-da0def046142-2025-09-16-17-05-39.jpg)