ଲଭ୍‌ ଜିହାଦ୍‌ ପରେ ଘରକୁ ଆସିିଥିବା ଝିଅ ସହ ପରିବାର ଲୋକ କଲେ ଏଭଳି ବର୍ବର କାଣ୍ଡ !

ସିମ୍‌ଲା : ହିମାଚଳ ପ୍ରଦେଶର ସିର୍‌ମୌର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଲଭ୍‌ ଜିହାଦ୍‌ ମାମଲାରେ ଝିଅକୁ ଘରକୁ ଡ଼ାକି ହତ୍ୟା କରିବା ସହ କାହାକୁ ନ ଜଣାଇ ତା’ର ଅନ୍ତିମ ସଂସ୍କାର କରି ଦେଇଥିବା ଘଟଣା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଝିଅକୁ ଦେଖା କରିବା ପାଇଁ ପରିବାର ଲୋକ ଘରକୁ ଡ଼ାକି ନିଜ ଝିଅକୁ ହତ୍ୟା କରିଥିଲେ । ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଉଭୟ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

Detroit Journalism Cooperative

ସୂଚନା ମୁତାବକ, ସିର୍‌ମୌର୍‌ ଜିଲ୍ଲାରେ ରହୁଥିବା ହିନ୍ଦୁ ଧର୍ମର ଯୁବତୀ ଜଣେ ଅନ୍ୟ ଧର୍ମର ଯୁବକଙ୍କୁ ଭଲ ପାଇ ବସିଥିଲେ । ଘରେ ବିବାହ କରାଇବା ପାଇଁ ରାଜି ନ ହେବାରୁ ଦୁଇ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଥିଲେ । ଏ ନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ପୀଡ଼ିତା ନିଜ ଇଚ୍ଛାରେ ଏହି ନିଷ୍ପତ୍ତିି ନେଇଥିବା କହି ନିଜ ପ୍ରେମିକଙ୍କ ସହ ରହିବା ପାଇଁ କହିଥିଲେ । ଏହି ଘଟଣା ପରେ ଜୁନ୍‌ ୨୨ରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ । ଏହା ସହ ସେ ତାଙ୍କ ବାପ ଘରେ ବା ଶାଶୁ ଘରେ ରହିବାକୁ ଚାହାନ୍ତି ନାହିଁ ବୋଲି ମଧ୍ୟ କହିଥିଲେ । ଏ ମାମଲାକୁ ଏଡ଼ିଏମ୍‌ କୋର୍ଟ ପର୍ଯ୍ୟନ୍ତ ନିଆଯାଇଥିବା ବେଳେ ପୀଡ଼ିତା ସେଠାରେ ମଧ୍ୟ ଏହି କଥା କହିଥିଲେ । ଏଡ଼ିଏମ୍‌ କୋର୍ଟରୁ ବାହାରକୁ ଆସିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ଘରକୁ ନେଇ ଯାଇଥିଲେ । ଘରକୁ ନେଇ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ତାଙ୍କୁ ହତ୍ୟା କରି ଅନ୍ତିମ ସଂସ୍କାର କରିଥିଲେ ପରିବାର ଲୋକେ ।

ସମ୍ବନ୍ଧିତ ଖବର