ଗୁରୁଗ୍ରାମ: ଜିନ୍ଦର ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରୁଗ୍ରାମ ସଦର ଥାନାର ଏସ୍ଆଇ ଇନ୍ସପେକ୍ଟର ଦଲବୀରଙ୍କ ଉପରେ ମାମଲା ରୁଜୁ କରାଯାଇଛି। ଗତ ଶନିବାର ଜିନ୍ଦ ପୁଲିସ ଅଭିଯୁକ୍ତ ଇନ୍ସପେକ୍ଟରକୁ ଗିରଫ କରିଛି।
ମହିଳା ନିଜ ସ୍ୱାମୀ ବିରୋଧରେ ମହିଳା ଥାନା ଇଷ୍ଟରେ ଏଫଆଇଆର ରୁଜୁ କରିବାକୁ ଯାଇଥିଲେ। ଅଭିଯୋଗ ହୋଇଛି କି ଥାନାର ଗେଟ୍ ନିକଟରେ ଇନ୍ସପେକ୍ଟର ଦଲବୀର ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ଫୋନ୍ରେ କଥା ହୋଇଥିଲେ। ଜୁଲାଇ ୧୦ ତାରିଖରେ କାର୍ରେ ସେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏବଂ ଏହି ଦୁଷ୍କର୍ମର ସେ ଭିଡିଓ ବି ବନାଇଥିଲେ। ଏହାପରେ ତାଙ୍କୁ ବ୍ଲାକ୍ମେଲ୍ କରିବାକୁ ଲାଗିଥିଲେ। ମହିଳା ଆଉ କିଛି ଉପାୟ ନପାଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ତଦନ୍ତ ବି ଆରମ୍ଭ କରି ଦେଇଛି।
ସୂଚନାଯୋଗ୍ୟ, ମହିଳାଙ୍କ ବିବାହ ୨୦୧୭ରେ ଜିନ୍ଦର ଜଣେ ଯୁବକଙ୍କ ସହିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ମହିଳା ଗୁଡଗ୍ରାମରେ ଚାକିରି କରିବା ସମୟରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ମହିଳା ଥାନା ଇଷ୍ଟରେ ଅଭିଯୋଗ କରିଥିଲେ। ଏହିଠାରେ ତାଙ୍କର ଇନ୍ସପେକ୍ଟର ଦଲବୀର ସହିତ ଭେଟ ହୋଇଥିଲା। କିଛିଦିନ ଗଲା ପରେ ଦଳବୀର ମହିଳାଙ୍କୁ କାରରେ ନେବା ବାହାନା କରିଥିଲେ। ମହିଳା କାର୍ରେ ବସିବା ପରେ କିଛି ବାଟ ଗଲା ପରେ ରାସ୍ତାପାର୍ଶ୍ୱରେ କାର ଅଟକାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।