ଫେସ୍‌ବୁକ୍‌ରେ ସେୟାର ହେଲା ବିବାହିତା ମହିଳାଙ୍କ ଦୁଷ୍କର୍ମ ଭିଡିଓ, ପରିତ୍ୟାଗ କଲେ ସ୍ବାମୀ

ବାଲିଆ: ଉତ୍ତରପ୍ରଦେଶର ରେବତୀଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋସିଆଲ୍‌ ମିଡିଆରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ଦୁଷ୍କର୍ମ ଭିଡିଓ ଭାଇରାଲ୍‌ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ପରିତ୍ୟାଗ କରିଛନ୍ତି। ମହିଳା ଜଣକ ୨୦୨୦ ମସିହା ଡିସେମ୍ବର ମାସରେ ବିବାହ କରିଥିଲେ।

ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରି ସେହି ସମୟ‌ର ଦୃଶ୍ୟକୁ ତାଙ୍କ ମୋବାଇଲ୍‌ରେ ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଅଭିଯୁକ୍ତ ମହିଳାଙ୍କର ଉକ୍ତ ଦୁଷ୍କର୍ମ ସମୟର ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି।

ଅଭିଯୁକ୍ତ ଜଣକ ନରେନ୍ଦ୍ର ବୋଲି ଜାଣିବାକୁ ମିଳିଛି। ନରେନ୍ଦ୍ର ମହିଳାଙ୍କୁ ୨୦୨୦ ମସିହା ଜାନୁଆରେ ଦୁଷ୍କର୍ମ କରିଥିଲେ। ଡିସେମ୍ବରରେ ମହିଳା ବିବାହ କରିବା ପରେ ଅଭିଯୁକ୍ତ ସେହି ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିବା ସୂଚନା ରହିଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରି ମଙ୍ଗଳବାର ଅଭିଯୁକ୍ତ ନରେନ୍ଦ୍ରଙ୍କୁ ଉତ୍ତରପ୍ରଦେଶର ରେବତୀ ଅଞ୍ଚଳରୁ ଗିରଫ କରିଛି। ମହିଳାଙ୍କର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ପରିତ୍ୟାଗ କରିଥିବା ଜାଣିବାକୁ ମିଳିଛି।

ମହିଳାଙ୍କ ବାପା ଏ ନେଇ ଫେବ୍ରୁଆରି ୫ ତାରିଖରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ତା’ପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।

 

ସମ୍ବନ୍ଧିତ ଖବର