ମିରଟ: ଉତ୍ତରପ୍ରଦେଶର ମିରଟରେ ଡାକ୍ତରୀ ଅବହେଳାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଜଣେ ସହାୟିକା(ମେଡ୍) ମଙ୍ଗଳବାର ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଉପରେ ତଦାରଖ କରୁଥିବା ବେଳେ ଶିଶୁଟି ଜନ୍ମଲାଭ କରିବା ସଙ୍ଗେ ସଙ୍ଗେ ତା’ର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏପରି ଘଟଣା ନୁଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଡାକ୍ତରୀ ଅବହେଳାର କରୁଣ ପରିଣତିର ଉଦାହରଣ ରହିଛି ମଧ୍ୟ।
ଜାଣିବାକୁ ମିଳିଛି ଯେ ପ୍ରସୂତୀଙ୍କ ଦେଖାଶୁଣା କରିବାକୁ ସେଠାରେ ଉପଯୁକ୍ତ ହସ୍ପିଟାଲ୍ କର୍ମଚାରୀ ନଥିବାରୁ ତାଙ୍କ ନିକଟରେ ମେଡ୍ ଜଣକ ରହି ତାଙ୍କ ଦେଖାଶୁଣା କରୁଥିଲେ। କିଛି ସମୟ ମଧ୍ୟରେ ମହିିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ମାତ୍ର ଦୁର୍ଭାଗ୍ୟକୁ ଶିଶୁ ପୁତ୍ରଟି ଜନ୍ମ ହେବାର କିଛି ସମୟ ପରେ ଆଖି ବୁଜି ଦେଇଥିଲା। ଏ ନେଇ ମହିଳାଙ୍କ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ଭାବ ଦେଖିବାକୁ ମିଳିଛି।
ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ନିକଟରେ କିଛି ଦିନ ତଳେ ବାଗପାଟ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳାଙ୍କର ସିଜରିିୟାନ୍ ହୋଇ ପ୍ରସବ ହେବା ପରେ ସେ ୨୦ ହଜାର ଟଙ୍କା ଭରି ପାରିନଥିବାରୁ ହସ୍ପିଟାଲ୍ କର୍ମଚାରୀ ତାଙ୍କୁ ବନ୍ଦୀ କରି ରଖିଥିବା ଖବର ପ୍ରକାଶ ପାଇଥିଲା।
ସେହିପରି ରାଜସ୍ଥାନରେ ୨୦୧୯ ମସିହାରେ ବି ଏକ ହୃଦୟ ବିଦାରକ ଡାକ୍ତରୀ ଅବହେଳା ଦେଖିବାକୁ ମିଳିଥିଲା। ଜଣେ ମହିଳାଙ୍କ ପ୍ରସବ ସମୟରେ ଡାକ୍ତରମାନେ ଏତେ ବଳ ପ୍ରୟୋଗ କରିଥିଲେ ଯେ ଶିଶୁଟି ଦୁଇ ଫାଳ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/baby-iStock-529556599_3.jpg)