ସ୍ୱାମୀକୁ ବ୍ଲାକ୍‌ମେଲ କରିବା ପାଇଁ ୪ବର୍ଷର ଶିଶୁକୁ ନିର୍ଯାତନା ଦେବା ସହ ହତ୍ୟା ଧମକ ଦେଇ ଭିଡିଓ ବନାଇଲା ମା’, ଭାଇରାଲ ହେଲା ଭିଡିଓ

ସୁରଟ୍‌ : କୁହାଯାଏ ସନ୍ତାନ ଯେତେ ଖରାପ ହେଲେ ମଧ୍ୟ ମାତା କେବେ ହେଲେ କୁମାତା ହୋଇ ନଥାଏ । କିନ୍ତୁ ଏହାର ଠିକ୍‌ ବିପରୀତ ଘଟଣା ଦେଖିବାକୁ ମିଳିଛି ସୁରଟ୍‌ରେ । ସ୍ୱାମୀଠାରୁ ଛାଡ଼ପତ୍ର ନେବା ପରେ ସ୍ୱାମୀକୁ ବ୍ଲାକ୍‌ମେଲ କରିବା ପାଇଁ ୪ବର୍ଷ ଶିଶୁର ମା’ ତାକୁ ନିର୍ଯାତନା ଦେଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ୱାମୀକୁ ଏହି ଘଟଣାର ଭିଡ଼ିଓ ପଠାଇବା ପାଇଁ ଅଭିଯୁକ୍ତ ମହିଳା ଏହାର ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

 ସୂଚନା ମୁତାବକ, ନିଜର ଦାବି ପୂରଣ କରିବା ପାଇଁ ମହିଳାଜଣଙ୍କ ଶିଶୁର ହାତ ଗୋଡ଼ ବାନ୍ଧି ଭିଡ଼ିଓ କରିଥିଲେ । ଏହାକୁ ନିଜ ସ୍ୱାମୀକୁ ପଠାଇବା ସହ ଟଙ୍କା ନଦେଲେ ତୁମ ଶିଶୁକୁ ମାରିଦେବି ବୋଲି ଧମକ ଦେଇଥିଲେ । ୩ବର୍ଷ ପୂର୍ବରୁ ଛାଡ଼ପତ୍ର ହୋଇ ସାରିଥିଲେ ମଧ୍ୟ ନିଜ ପୁଅ ପାଇଁ ସେ ଅନେକ ଥର ଟଙ୍କା ଦେଇ ସାରିଥିବା କହିଛନ୍ତି ରାଧେଶ୍ୟାମ । ପୁଲିସରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର