ନିଶା ପାଇଁ ମନ୍ଦିର ପୂଜକଙ୍କୁ ହତ୍ୟା କଲା ଭୋଗ ଦୋକାନୀ

ଲଖନଉ: ନିଶାଦ୍ରବ୍ୟ ସେବନ ପାଇଁ ପୂଜକଙ୍କୁ ହତ୍ୟା କଲେ ନିଶାସକ୍ତ ଯୁବକ | ଗତ ମଙ୍ଗଳବାର ରାତିରେ ଲଖନଉର ଶିବପୁରୀ ଗ୍ରାମରେ ଥିବା ଐତିହାସିକ ରଣବାବା ମହାଦେବ ମନ୍ଦିରରେ ଘଟିଥିବା ପୂଜକ ହତ୍ୟାକାଣ୍ଡ ଘଟଣାର ପୁଲିସ ଖୁଲାସା କରିଛି | ଏହି ଘଟଣାରେ ପୁଲିସ ମନ୍ଦିର ବାହାରେ ଭୋଗ ବିକୁଥିବା ଜଣେ ଦୋକାନୀକୁ ଗିରଫ କରିଛି | ଏହି ବ୍ୟକ୍ତି ଜଣକ ମନ୍ଦିର ପୂଜକଙ୍କୁ ଇଟାରେ ଛେଚି ହତ୍ୟା କରିଥିବାର ପୁଲିସ ଆଗରେ ସ୍ୱୀକାର କରିଛି |

ତେବେ ମନ୍ଦିରରେ ବସି ନିଶା ସେବନ କରିବାକୁ ଏହି ବ୍ୟକ୍ତି ଜଣକ ଚାଁହୁଥିବାବେଳେ ପୂଜକ ଏହାକୁ ମନା କରୁଥିଲେ | ଆଉ ଏହାକୁ ନେଇ ପୂଜକଙ୍କ ସହ ବିବାଦ ହୋଇଥିଲା | ଏହା ପରେ ପୂଜକଙ୍କୁ ନିଶାସକ୍ତ ଭୋଗ ଦୋକାନୀ ହତ୍ୟା କରିଥିଲା | ସୂଚନା ଥାଉ କି ମଙ୍ଗଳବାର ବିଳମ୍ବିତ ରାତିରେ ଲଖନଉର ଶିବପୁରୀ ଗ୍ରାମରେ ଥିବା ଐତିହାସିକ ରଣବାବା ମହାଦେବ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରାମାନେ ଲୁଟ କରିଥିଲେ |ଆଉ ଏହି ମନ୍ଦିର ପରିସରରେ ରହୁଥିବା ବାବା ଫକିର ଦାସ (୮୦) ଙ୍କୁ ଲୁଟ୍ କରି ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ।

ବୁଧବାର ସକାଳେ ଭକ୍ତମାନେ ମନ୍ଦିରରେ ପହଂଚିଥିବାବେଳେ ମନ୍ଦିର ଲୁଟ ହୋଇଥିବାବେଳେ ପୂଜକଙ୍କ ମୃତଦେହ ଦେଖିବାକୁ ପାଇଥିଲେ | ଆଉ ପୁଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଭୋଗ ଦୋକାନୀକୁ ଗିରଫ କରିଛି | ତେବେ ପ୍ରାଥମିକ ତଦନ୍ତରେ ଏହି ଲୁଟ ଓ ହତ୍ୟାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାର ସନ୍ଦେହ କରୁଥିବାବେଳେ ପରେ କିନ୍ତୁ ଜଣେ ବ୍ୟକ୍ତିଙ୍କୁ ହିଁ ଗିରଫ କରିଛି |

ସମ୍ବନ୍ଧିତ ଖବର