ମାତ୍ର ୩୦୦ଟଙ୍କା ପାଇଁ ୧୧ଥର କାର ଚଢ଼ାଇ ଦୋକାନୀଙ୍କୁ ହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ମାତ୍ର ତିନି ଶହ ଟଙ୍କା ପାଇଁ ଜଣେ ଟ୍ରାଭେଲ ଏଜେଣ୍ଟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏଭଳି ଏକ ଘଟଣା ଘରବ୍ରା ଗ୍ରାମରେ ଘଟିଛି।

ଏଠାରେ ଅଭିଯୁକ୍ତ ହତ୍ୟାକାରୀମାନେ ୧୧ ଥର କାର ଚଢ଼ାଇ ନିତିନ ଶର୍ମା ନାମକ ଜଣେ ଦୋକାନୀଙ୍କୁ ହତ୍ୟା କରିଥିଲେ। ଟ୍ରେନର ରିଜର୍ଭେସନ ଟିକେଟ ବାତିଲ କରିବା ପରେ ୩୦୦ ଟଙ୍କା କାଟି ଦେଇଥିବା ହେତୁ ଗାଁରେ ରହୁଥିବା ଦୁଇ ଭାଇ ନିତିନ ଶର୍ମାଙ୍କ ଉପରେ କାର ଚଢ଼ାଇ ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ନିତିନଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାକୁ ନେଇ ଗ୍ରେଟର ନୋଏଡାର ଅତିରିକ୍ତ ଡିସିପି ବିଶାଲ ପାଣ୍ଡେ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଖୁବ୍ ଶୀଘ୍ର ଦ୍ୱିତୀୟ ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ତଦନ୍ତ ଜାରି ରହିଛି।

ମୃତ ନିତିନଙ୍କ ପିତା ସତ୍ୟବର୍ ଶର୍ମା କହିଥିଲେ ଯେ ସେ ଘରବ୍ରା ଗ୍ରାମରେ ରୁହନ୍ତି। ତାଙ୍କ ପୁଅ ନିତିନ ଏକ ମୋବାଇଲ୍ ଦୋକାନ ଚଳାଉଥିଲେ। ସେ ଟ୍ରେନ୍ ଟିକେଟ୍ କାଟିବା କାମ ମଧ୍ୟ କରୁଥିଲେ । ଏକ ସପ୍ତାହ ପୂର୍ବରୁ ନାକୁଲ ଗାଁର ଦୁଇ  ଭାଇ ବୈ‌ଷ୍ଣୋ ଦେବୀ ଦର୍ଶନ ପାଇଁ ଟ୍ରେନ୍ ଟିକେଟ ବୁକ୍ କରିଥିଲେ। ଉଭୟ ଗତ ରବିବାର ରାତିରେ ଦୋକାନରେ ପହଞ୍ଚି ଟ୍ରେନର ଟିକେଟ ବାତିଲ କରିଥିଲେ। ଏହାର ପ୍ରତିବଦଳରେ ନିତିନ ଟିକେଟ ପାଇଁ ଯେତିକି ଟଙ୍କା ଦୁଇଭାଇ ଦେଇଥିଲେ ସେଥିରୁ ତିନି ଶହ ଟଙ୍କା କାଟି ଦେଇଥିଲେ। ଏଥିରେ ଦୁଇଭାଇ ରାଗିଯାଇ ନିତିନଙ୍କୁ ବାଡେଇବାକୁ ଚେଷ୍ଟା କରିଥିଲେ। ନିତିନ ଜୀବନ ବିକଳରେ ଦୌଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଭାଇ ତାଙ୍କ ଉପରେ କାର ଚଢ଼ାଇ ହତ୍ୟା କରି ଦେଇଥିଲେ ନିତିନଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବାପାର ମୃତ୍ୟୁ ପରେ ତିନିଟି ପିଲା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର