ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀରେ ଘଟିଥିବା ହୃଦୟଥରା ହତ୍ୟାକାଣ୍ଡ ପଛର କାରଣ। ମୃତକ ଶ୍ରଦ୍ଧା ୱାକର ବ୍ରେକଅପ କରିବାକୁ ଚାହୁଁଥିବାରୁ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲା ତାଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି। ଦିଲ୍ଲୀ ପୁଲିସ କହିଛି ଯେ, ଶ୍ରଦ୍ଧା ଅଫତାବଙ୍କ ସହ ବ୍ରେକଅପ୍ କରିବାକୁ ଚାହୁଁଥିଲେ। ଅଫତାବ ଏଥିରେ ରାଗି ଯାଇଥିଲେ ଏବଂ ସେ ଶ୍ରଦ୍ଧାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ।
ଦିଲ୍ଲୀ ପୁଲିସର ସୂଚନାନୁସାରେ, ଅଫତାବ ଧୋକା ଦେଉଥିବା ସହ ମାଡ଼ ମାରୁଥିବାରୁ ବିରକ୍ତ ହୋଇଯାଇଥିଲେ ଶ୍ରଦ୍ଧା। ଏଭଳି ପରିସ୍ଥିତିରେ ସେ ଅଫତାବଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ଅଫତାବ ସହିତ ବ୍ରେକଅପ୍ କରିବାକୁ ଚାହୁଁଥିଲେ। ମେ’ ୩-୪ରେ ଶ୍ରଦ୍ଧା ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଅଫତାବକୁ ଜଣାଇଥିଲେ। କିନ୍ତୁ ଅଫତାବ ଏହାକୁ ପସନ୍ଦ କରିନଥିଲେ ଏବଂ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା।
ତେବେ ସୋମବାର ପୁଲିସ ଜାଣିବାକୁ ପାଇଥିଲା ଯେ, ଅଫତାବ ଆମିନ ପୁନାୱାଲା ତା’ ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ରିଙ୍ଗ୍କୁ ସେ ତା’ର ପରବର୍ତ୍ତୀ ଗାର୍ଲଫ୍ରେଣ୍ଡ୍କୁ ଉପହାର ଭାବେ ଦେଇଥିଲା। ଶ୍ରଦ୍ଧାଙ୍କ ରିଙ୍ଗ୍ ଅଫତାବର ଗାର୍ଲଫ୍ରେଣ୍ଡ୍ ନିକଟରୁ ମିଳିବାପରେ ଏହା ଜଣାପଡ଼ିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବାର କିଛି ଦିନ ପରେ ଅଫତାବ ଉକ୍ତ ମହିଳାଙ୍କୁ ତାଙ୍କ ଫ୍ଲାଟ୍କୁ ଆଣିଥିଲା। ମହିଳା ଜଣଙ୍କ ଅଫତାବର ଫ୍ଲାଟ୍କୁ ଆସିବା ସମୟରେ ଶ୍ରଦ୍ଧାଙ୍କ ମର ଶରୀର ତାଙ୍କ ଫ୍ଲାଟ୍ରେ ଥିଲା।
ଅନ୍ୟପକ୍ଷରେ ଅଫତାବ ଶ୍ରଦ୍ଧାଙ୍କ ମୃତଦେହକୁ କାଟିବା ପାଇଁ ବ୍ୟବହାର କରିଥିବା ଆଉ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଥିଲା ପୁଲିସ। ଗତ ସପ୍ତାହରେ ପୁଲିସ ୫-୬ ଇଞ୍ଚ ଲମ୍ବ ଥିବା ପାଞ୍ଚଟି ଛୁରୀ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/t-125.jpg)