ଭୁବନେଶ୍ବର : ଫ୍ଲାଟ୍ ଦେବା ନାଁରେ ୫କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶ୍ରେୟା ଇନ୍ଫ୍ରାଷ୍ଟ୍ରକଚର୍ ସର୍ଭିସ୍ ଲିମିଟେଡ୍ର ଆଉ ଜେଣ ନିର୍ଦେଶକଙ୍କୁ ଗିରଫ କରିଛି । ସେ ହେଲେ ସହିଦନଗର ପ୍ଲଟ ନଂ-୮୮ର ଗତିକୃଷ୍ଣ ଦାସ(୪୮)। ଗିରଫ ପରେ ତାଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୧୪ ରେ ଗତିକୃଷ୍ଣ ଓ ତାଙ୍କ ସହଯୋଗୀମାନେ ସହିଦନଗର ଅଞ୍ଚଳରେ ଏକ ବିଲ୍ଡର ସଂସ୍ଥା ଆରମ୍ଭ କରିଥିଲେ। ଏଥିରେ ‘ଶ୍ରୀକ୍ଷେତ୍ର କଳିଙ୍ଗ କୁଡ଼ିଆ’ ନାମକ ଏକ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ପୁରୀରେ ସାଢ଼େ ୯ଲକ୍ଷ ଟଙ୍କାରେ ଫ୍ଲାଟ୍ ଦେବାର ଲୋଭ ଦେଖାଇଥିଲା। ଏତେ କମ୍ ଟଙ୍କାରେ ଘର, ଏଭଳି ସ୍କିମ୍ ଦେଖି ୨୦୧୪ରୁ ୨୦୧୫ ବର୍ଷକ ମଧ୍ୟରେ ଶତାଧିକ ଲୋକ ସଂସ୍ଥାରେ ଟଙ୍କା ଜମା କରିଥିଲେ। ଏଗ୍ରିମେଣ୍ଟର ୩ ବର୍ଷ ମଧ୍ୟରେ ସଂସ୍ଥା ଘର ଯୋଗାଇଦେବ ବୋଲି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ସଂସ୍ଥା କୌଣିସ ଜମାକାରୀଙ୍କୁ ଘର ଯୋଗାଇପାରି ନଥିଲା। ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର କହିଥିଲେ ମଧ୍ୟ ସଂସ୍ଥା କିଛି ଶୁଣି ନଥିଲା। ଏନେଇ ଦେବଦତ୍ତ ରାଉତରାୟ ନାମକ ଜଣେ ଜମାକାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। କେସ୍ ନମ୍ବର-୨୮/୧୮ରେ ମାମଲା ରୁଜୁ କରି ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ଇଓଡବ୍ଲ୍ୟୁ ପୂର୍ବରୁ ସଂସ୍ଥାର ଅନ୍ୟତମ ନିର୍ଦେଶକ ହିମାଂଶୁ ଶେଖର ନାୟକ ଓ ରାମଚନ୍ଦ୍ର ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।