ବେଙ୍ଗାଲୁରୁ : ଇର୍ଷା ପାଇଁ ଜଣେ ବଡ଼ ଭାଇ ନିଜ ସାନ ଭାଇକୁ ହତ୍ୟା କରିଥିବା ଜଣା ପଡ଼ିଛି । ମଙ୍ଗଳବାର ରାତି ୯ଟା ୪୫ମିନିଟ୍‌ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଛୁରୀରେ ନିଜ ସାନ ଭାଇକୁ ହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

Image result for murder The Hans India

ସୂଚନା ମୁତାବକ, ଆସନ୍ତା ଅଗଷ୍ଟ ୧୫ତାରିଖରେ ଅଭିଯୁକ୍ତ ବଡ଼ ଭାଇର ଜନ୍ମଦିନ ଥିଲା । ଯାହା ପାଇଁ ସେ ନିଜ ସାଙ୍ଗମାନଙ୍କୁ ଡ଼ାକି ପାର୍ଟିି କରିବା କଥା ଘରେ ଜଣାଇଥିଲା । କିନ୍ତୁ ଅଭିଯୁକ୍ତର ମା’ ଏହା ଶୁଣି ମନା କରିବା ସହ କେବଳ କେକ୍‌ କଟାଯିବ ବୋଲି କହିଥିଲେ । ରାଗରେ ଅଭିଯୁକ୍ତ ନ ଖାଇ କବାଟ ବନ୍ଦ କରି ଦେଇଥିଲା । ଏହା ପରେ ତାଙ୍କ ମା’ ଓ ସାନ ଭାଇ ବସି ରାତ୍ରି ଭୋଜନ କରିଥିଲେ । ଏହା ଦେଖି ମା’ ସାନ ପୁଅକୁ ଅଧିକ ଭଲ ପାଉଥିବା ଭାବି ନେଇଥିଲା ଅଭିଯୁକ୍ତ । ରାତ୍ରି ଭୋଜନ ପରେ ମା’ ବାହାରକୁ ଯିବା ଦେଖି ଅଭିଯୁକ୍ତ ଘରର କବାଟ ଖୋଲି ଆସିବା ସହ ସାନ ଭାଇକୁ ଆକ୍ରମଣ କରିଥିଲା । ଆକ୍ରମଣ ପୂର୍ବରୁ ଘରର ମୁଖ୍ୟ ଦ୍ୱାର ବନ୍ଦ କରିଦେଇ ଅଭିଯୁକ୍ତ ରୋଷେଇରେ ବ୍ୟବହାର ହେଉଥିବା ଛୁରୀ ଆଣି ସାନ ଭାଇକୁ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ମହିଳା ଦୌଡ଼ି ଆସିବା ସହ ଘରର କବାଟ ବନ୍ଦ ଥିବା ଦେଖି ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗିଥିଲେ । ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ଅଭିଯୁକ୍ତ ଭାଇକୁ ଗିରଫ କରିଛି ପୁଲିସ ।