ସ୍ବୀକାର କଲା ଗ୍ୟାଙ୍ଗଷ୍ଟର ଲରେନ୍ସ: ମୋ ଗ୍ୟାଙ୍ଗ ସିଦ୍ଧୁଙ୍କୁ ହତ୍ୟା କରିଛି, ହେଲେ…

ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇଙ୍କୁ ରିମାଣ୍ଡରେ ନେଇଛି। ମୁସେୱାଲାଙ୍କୁ ହତ୍ୟା କରାଯିବା ପଛରେ ବିଷ୍ଣୋଇଙ୍କ ନାଁ ଉଠିବାରୁ ସ୍ପେଶାଲ୍ ସେଲ୍ ବିଷ୍ଣୋଇଙ୍କୁ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଇଛି। ରିମାଣ୍ଡରେ ଯିବା ପରେ ଲରେନ୍ସ ସିଦ୍ଧୁଙ୍କ ହତ୍ୟା ସହ କୌଣସି ସଂପର୍କ ନଥିବା କଥା କହିଥିବା ବେଳେ ଏବେ ସେ ପୁଲିସ ଆଗରେ ଦୋଷ ସ୍ବୀକାର କରିଛି । ମୋ ଗ୍ୟାଙ୍ଗ ସିଦ୍ଧୁଙ୍କୁ ହତ୍ୟା କରିଛି ବୋଲି ସ୍ବୀକାର କରିଛି ବୋଲି ପୁଲିସକୁ କହିଛି ଲରେନ୍ସ। ତେବେ ସେ ଏହି ହତ୍ୟା ସହ ବ୍ୟକ୍ତିଗତ ଭାବେ ଜଡ଼ିତ ନୁହେଁ ବୋଲି କହିଛି।

indiatoday

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ମୁତାବକ, ଦୋଷ ସ୍ବୀକାର କରି ଲରେନ୍ସ କହିଛି ଯେ, ବିକି ମୁଥୁଖେଡ଼ା ଆମର ବଡ଼ ଭାଇ ଥିଲେ ଏବଂ ତାଙ୍କୁ ହତ୍ୟା କରାଯିବା ପରେ ସିଦ୍ଧୁଙ୍କୁ ହତ୍ୟା କରି ଆମ ଗ୍ୟାଙ୍ଗ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି। ପଞ୍ଜାବୀ ଗାୟକଙ୍କ ହତ୍ୟାରେ ତାଙ୍କ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସେ ସ୍ୱୀକାର କରିଥିବା ବେଳେ ନିଜେ ଏଥିରେ ସାମିଲ ନଥିବା କହିଛନ୍ତି। ସେ କହିଛନ୍ତି, ଏହା ମୋର କାମ ନୁହେଁ, ମୁଁ ଜେଲରେ ଥିଲି ଏବଂ ମୁଁ ଫୋନ ମଧ୍ୟ ବ୍ୟବହାର କରୁ ନଥିଲି। ଟିଭି ଦେଖିବା ପରେ ହିଁ ମୁଁ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିବା ଖବର ପାଇଥିଲି।

ଅନ୍ୟପକ୍ଷରେ ସିଦ୍ଧୁଙ୍କୁ ହତ୍ୟା କରିଥିବା ସୁଟର ନେପାଳ ଖସିଯାଇଥିବା ସନ୍ଦେହ କରି ଦିଲ୍ଲୀର ସ୍ପେସାଲ ସେଲ ଏବେ ନେପାଳ ଗସ୍ତ କରିଛି।

ସମ୍ବନ୍ଧିତ ଖବର