ନୂଆଦିଲ୍ଲୀ: ଆମେଠି ଯିବାକୁଥିବା ରାସ୍ତାରେ ଲଗାଯାଇଥିବା ସାଇନବୋର୍ଡରେ ଜଣେ ବ୍ୟକ୍ତି ପୁସ୍ଅପ୍ କରୁଥିବାର ଏକ ବିପଦପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଗୋଟିଏ ପଟେ ଏହି ଚମକପ୍ରଦ ଦୃଶ୍ୟ ଦେଖିବା ପରେ କିଛି ଲୋକ ଆନନ୍ଦିତ ହେଉଥିବାବେଳେ ଅନ୍ୟ ପଟେ କିଛି ଲୋକ ଏପରି କରିବା ଦ୍ବାରା ଉକ୍ତ ବ୍ୟକ୍ତିଙ୍କ ଜୀବନପ୍ରତି ବିପଦ ରହିଥିବା ସୂଚନା ଦେଇ କହିଛନ୍ତି।

Advertisment

ଏହି ଭିଡିଓ ଉତ୍ତରପ୍ରଦେଶର ଆମେଠି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୯୩୧ରୁ ରେକର୍ଡ କରାଯାଇଛି। ଭିଡିଓରେ ଦୁଇଜଣ ଯୁବକ ନିଜ ଜୀବନକୁ ବିପଦରେ ପକାଇ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଜଣେ ସାଇନ୍ ବୋର୍ଡରେ ପୁସ୍ଅପ୍ କରୁଥିବାବେଳେ ଅନ୍ୟଜଣେ ଯୁବକ ସାଇନ୍ ବୋର୍ଡରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବାପରେ ସାଇନ୍ ବୋର୍ଡରେ ପୁସ୍ଅପ୍ କରୁଥିବା ଯୁବକଙ୍କ ନାମ ସଚିନ୍ ବୋଲି ଜଣାପଡ଼ିଛି। 

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବା ପରେ ଉପଭୋକ୍ତାମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଯୁବକଙ୍କ ସାହାସକୁ ପ୍ରଶଂସା କରୁଥିବାବେଳେ ଅନ୍ୟମାନେ ଏହାକୁ ଏକ ବେପରୁଆ ଏବଂ ବିପଜ୍ଜନକ ପଦକ୍ଷେପ ବୋଲି କହିଛନ୍ତି।

 ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଏହା ଅତ୍ୟନ୍ତ ବିପଦଜନକ! ଯୁବକ ଜଣକ କୌଣସି ସମୟରେ ଖସି ଯାଇପାରନ୍ତି ଏବଂ ଗୁରୁତର ଆହତ ହୋଇପାରନ୍ତି।"


 

ଅନ୍ୟ ଜଣେ କହିଛନ୍ତି, ‘ଯୁବକ ଜଣକ ଏପରି କରି  ନିଜ ଜୀବନକୁ ବିପଦରେ ପକାଇବା ସହିତ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି।’