ସୀକର: ରାଜସ୍ଥାନର ସୀକର ଜିଲ୍ଲାର ଫତେପୁର ଶେଖାଓ୍ଵାଟି ପୁଲିସ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ନିଜର ପତ୍ନୀଙ୍କୁ ବଦନାମ କରିବା ପାଇଁ ତାଙ୍କର ଅଶ୍ଳୀଳ ଫଟୋ ବାହାର କରି ବୁଲିବୁଲି କାନ୍ଥବାଡରେ ମାରୁଥିବା ଜଣେ ମହିଳା ପୁଲିସରେ ଅଭିଯୋଗ ବି କରିଛନ୍ତି।
କିଛିଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଚାଲି ଆସିଥିଲା। ତେବେ ପତ୍ନୀ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏହି ମାମଲା ନ୍ୟାୟାଳୟରେ ମଧ୍ୟ ଚାଲିଛି। ଏହି ମାମଲା ଉଠାଇ ନେବାକୁ ସ୍ୱାମୀ ବାରମ୍ବାର ପତ୍ନୀଙ୍କୁ ଧମକ ଦେଉଛନ୍ତି। କେବଳ ଏତିକି ନୁହେଁ, ପତ୍ନୀ ତାଙ୍କ କଥା ନମାନିବାରୁ ସେ ତାଙ୍କର ଅଶ୍ଳୀଳ ଫଟୋକୁ ସ୍ଥାନୀୟ ଅଞ୍ଚଳର କାନ୍ଥବାଡରେ ବୁଲି ବୁଲି ମାରୁଛନ୍ତି।
ତେବେ କାହିଁକି ଏପରି କରୁଛ, ଏହା ଦ୍ୱାରା ମୋର ଆତ୍ମସମ୍ମାନକୁ ଆଞ୍ଚ ଆସୁଛି ବୋଲି ପତ୍ନୀ ସ୍ୱାମୀଙ୍କୁ କହିବାରୁ ସେ ତାଙ୍କୁ ମାରଧର କରିବା ଆରମ୍ଭ କରି ଦେଇଥାଆନ୍ତି।