ଶିଖ୍‌ ବ୍ୟକ୍ତି ପିନ୍ଧିଥିବା ପୋଷାକ ପାଇଁ ରେଷ୍ଟୁରାଣ୍ଟ୍‌ରେ କରାଗଲାନି ପ୍ରବେଶ, ଇନ୍‌ଷ୍ଟା କରି କ୍ଷୋଭ ବ୍ୟକ୍ତ କଲେ ପୀଡ଼ିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଯାଇଛି ଏକ ଲଜ୍ଜାକର ଘଟଣା। ଜଣେ ଶିଖ୍‌ ଯୁବକଙ୍କୁ ତାଙ୍କର ଧର୍ମ ଓ ପିନ୍ଧିଥିବା ପୋଷାକ ହେତୁ ଦିଲ୍ଲୀର ‘ଉଇ କୁତୁବ ରେଷ୍ଟୁରାଣ୍ଟ୍‌’କୁ ଯିବା ପାଇଁ ବାରଣ କରାଯାଇଛି। ବ୍ୟକ୍ତି ଜଣକ ଅଭିଯୋଗ ଆଣି କହିଛନ୍ତି କି ତାଙ୍କୁ ରେଷ୍ଟୁରାଣ୍ଟ୍‌ ଭିତରକୁ ପ୍ରବେଶ ବାରଣ କରାଯିବା ସହ ରେଷ୍ଟୁରାଣ୍ଟ୍‌ର କର୍ମଚାରୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‍ରେ ଲେଖିଛନ୍ତି, ‘ହାଏ ଉଇ କୁତୁବ ଆଜି ସଂଧ୍ୟାରେ ମୁଁ ମୋ ବନ୍ଧୁଙ୍କ ସହ ତୁମ ରେଷ୍ଟୁରାଣ୍ଟ୍‌କୁ ଯାଇଥିଲି। ମାତ୍ର ମୋତେ ସେଠାରେ ପ୍ରବେଶ କରାଇ ଦିଆଗଲା ନାହିଁ। ଏହି କାରଣରୁ ମୁଁ ହିନ୍ଦୁମାନଙ୍କ ଉପରେ ଆଦୌ ବି ସନ୍ତୁଷ୍ଟ ନୁହେଁ।’

ରେଷ୍ଟୁରାଣ୍ଟ୍‌ର କାଉଣ୍ଟର୍‌ରେ ଥିବା କିଛି ମହିଳା କର୍ମଚାରୀ ବହୁତ ଖରାପ ଢଙ୍ଗରେ କଥା ହୋଇଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ପ୍ରଥମେ ସେମାନେ କହିଥିଲେ ଯେ ଶିଖ୍‌ ଲୋକଙ୍କୁ ରେଷ୍ଟୁରାଣ୍ଟ୍‌ ଭିତରକୁ ପ୍ରବେଶ କରାଯିବ ନାହିଁ। ପରେ ସେମାନେ ବ୍ୟକ୍ତି ଜଣଙ୍କ ପିନ୍ଧିଥିବା ଗୋଲାପୀ ରଂଗର ସାର୍ଟ ପାଇଁ ଭିତରେ ପ୍ରବେଶ କରାଇବେ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର