ନୂଆଦିଲ୍ଲୀ: ଭଉଣୀକୁ ହତ୍ୟା କରିଥିବା ନେଇ୧୮ବର୍ଷର ଭାଇକୁ ଆଜୀବନ ଜେଲଦଣ୍ଡ ହୋଇଛି। ଦୁଇବର୍ଷ ପୂର୍ବରୁ ଆମେରିକାର ଜର୍ଜିୟାରେ ରହୁଥିବା କେଓ୍ଵନ୍ ଓ୍ଵାଟକିନ୍ସ ଓ୍ଵାଇଫାଏ ପାସ୍ଓ୍ଵାର୍ଡ ପାଇଁ ନିଜ ବିବାହିତ ଭଉଣୀକୁ ଗଳା ଚିପି ହତ୍ୟା କରି ଦେଇଥିଲା। ଏହି ହତ୍ୟା ଘଟଣାକୁ ନେଇ ଅଦାଲତରେ ଚାଲୁଥିବା ମାମଲାର ଶୁଣାଣି ହୋଇ ଭାଇକୁ ଆଜୀବନ ଜେଲଦଣ୍ଡ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଇଣ୍ଟରନେଟ ସ୍ପିଡ୍ ସ୍ଲୋ ହେବା କାରଣରୁ କେଓ୍ଵନ୍ ଘରର ଓ୍ଵାଇଫାଏ ପାସ୍ଓ୍ଵାର୍ଡ ବଦଳାଇ ଦେଇଥିଲା। କାରଣ ସେ ହିଁ କେବଳ ଓ୍ଵାଇଫାଏ ଦ୍ୱାରା ଇଣ୍ଟରନେଟ ବ୍ୟବହାର କରି ପାରିବ। ଏହି ଘଟଣାକୁ ନେଇ ତାର ମା’ ସହିତ ଝଗଡ଼ା ହୋଇଥିଲା। ଏହି ସମୟରେ ତାର ଭଉଣୀ ବି ଆସି କେଓ୍ଵନ୍କୁ ଗାଳିଗୁଲଜ କରିଥିଲା। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟ ଝଗଡ଼ା ବଢ଼ି ଯାଇଥିଲା। ଶେଷରେ ସାନ ଭାଇ ରାଗରେ ଭଉଣୀର ଗଳା ଦବାଇ ଦେଇଥିଲା। ଏହି ସମୟରେ ଭାଇର ବୟସ ୧୬ବର୍ଷ ଥିବା ଜଣାପଡ଼ିଛି। ତେବେ ମୃତ ଭଉଣୀ ବିବାହିତ ଥିଲେ ଓ ତାଙ୍କର ଏକ ପୁତ୍ର ସନ୍ତାନ ବି ଥିଲା।