ଭାଇକୁ ଫେସ୍‌ବୁକ୍‌ରୁ ଅନ୍‌ଫ୍ରେଣ୍ଡ କରିବା ଭଉଣୀକୁ ମହଙ୍ଗା ପଡ଼ିଲା; ଘଟଣାସ୍ଥଳରେ ଚାଲିଗଲା ଜୀବନ

ଓ୍ଵାସିଂଟନ: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀକୁ ହତ୍ୟାକରିବା ଅଭିଯୋଗରେ ପୁଲିସ ଭାଇକୁ ଗିରଫ କରିଛି। ମୃତ ଭଉଣୀଙ୍କ ନାମ ଅମଣ୍ଡା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାଇ ମୋଜେସକୁ ଭଉଣୀ ଅମଣ୍ଡା ଫେସବୁକରୁ ଅନଫ୍ରେଣ୍ଡ୍‌ କରି ଦେଇଥିଲା। ଏଥିରେ ଭାଇର ଆତ୍ମସମ୍ମାନକୁ ଆଘତ ପହଞ୍ଚିଥିଲା। ଏହି କଥାକୁ ନେଇ ଉଭୟ ଭାଇ-ଭଉଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ସାମାନ୍ୟ କଥାରେ ଭାଇ ରାଗି ଯାଇ ମୋତେ କାହିଁକି ଫେସବୁକରୁ ଅନଫ୍ରେଣ୍ଡ୍‌ କଲୁ ବୋଲି କହି ପକେଟରୁ ପିସ୍ତଲ ବାହାର କରି ଭଉଣୀ ଅମଣ୍ଡା ଉପରକୁ ଗୁଳି ଚଳାଇ ଦେଇଥିଲେ। ଭାଇର ଗୁଳି ଖାଇ ଭଉଣୀ ଅମଣ୍ଡା ଚଟାଣରେ ଟଳି ପଡ଼ିଥିଲା। ତାଙ୍କୁ ନିକଟରେ ଥିବା ହସ୍‌ପିଟାଲ୍‌କୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

FRANKIxo

ଏହି ହତ୍ୟାକାଣ୍ଡ ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭାଇ ମୋଜେସକକୁ ଗିରଫ କରି ତାଙ୍କ ବିରୋଧରେ ସେକେଣ୍ଡ ମର୍ଡର ନେଇ ମାମଲା ରୁଜୁ କରିଛି।

ଗିରଫ ପରେ ମୋଜେସ ପୁଲିସ ନିକଟରେ ନିଜ ଦୋଷ ସ୍ୱୀକାର କରି କହିଥିଲେ, ‘ମୁଁ ଭଉଣୀ ଅମଣ୍ଡା ଉପରକୁ ଗୁଳି ମାରିବାକୁ ଚାହୁଁ ନ ଥିଲି। କିନ୍ତୁ ଭୁଲବଶତଃ ବନ୍ଧୁକରେ ହାତ ବାଜିଯିବାରୁ ଭଉଣୀ ଉପରେ ଗୁଳିଟି ଫୁଟି ଯାଇଥିଲା ଓ ସେ ଚଟଣାରେ ଟଳି ପଡ଼ିଥିଲା। ମୋର ଏହି ସାମାନ୍ୟ ଭୁଲ ପାଇ ମୁଁ ତାକୁ ସବୁଦିନ ପାଇଁ ହରାଇ ଦେଲି।’

ସମ୍ବନ୍ଧିତ ଖବର