ଅନ୍ଧବିଶ୍ୱାସ ପାଇଁ ଚାଲିଗଲା ଜୀବନ, ପୁଅ ଆଶାରେ ଭାଉଜକୁ ହତ୍ୟା କଲେ ୩ ଦିଅର

ପଟନା : ବିହାରର ସୀତାମଢ଼ିରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଭାବିବା ପାଇ ବାଧ୍ୟ କରିଛି । ପୁଅ ଆଶାରେ ଅନ୍ଧବିଶ୍ୱାସର ଶିକାର ହୋଇ ୩ ଜଣ ଦିଅର ନିଜ ଭାଉଜକୁ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଆଧୁନିକ ଯୁଗରେ ଏଭଳି ଏକ ଘଟଣା ଘଟିବା ନିହାତି ଭାବରେ ଲଜ୍ଜାଜନକ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଜଣେ ତାନ୍ତ୍ରିକର କଥାରେ ଆସି ୩ ଜଣ ଅଭିଯୁକ୍ତ ଏପରି ଅପରାଧ କରିଥିବା ଜଣାପଡ଼ିଛି । ଅକ୍ଟୋବର ୮ରେ ୩ ଜଣ ଅଭିଯୁକ୍ତ ସୁନୀଲ ମୁଖିଆ,ଅନୀଲ ମୁଖିଆ ଏବଂ ବୀର ମୁଖିଆ ମିଶି ଭାଉଜ ସୁନୀତା ଦେବୀଙ୍କର ବଳି ଚଢ଼ାଇ ଦେଇଥିଲେ। ଅନ୍ୟ ପକ୍ଷରେ ଏ ନେଇ ସ୍ଥାନୀୟ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

NDTV.com

ମୃତ ସୁନୀତାଙ୍କ ସ୍ୱାମୀ ଭଗବାନ ଲାଲ ମୁଖିଆଙ୍କ କହିବା ଅନୁଯାୟୀ, ମୋର ଦୁଇଟି ସନ୍ତାନ ଥିବା ବେଳେ ମୋ ସାନ ଭାଇର କୌଣସି ସନ୍ତାନ ନଥିଲେ । ପୁଅ ଆଶାରେ ସେ ସବୁ ବେଳେ ତାନ୍ତ୍ରିକ ପାଖକୁ ଯାଉଥିଲେ । ଏ ମଧ୍ୟରେ ବିନୋଦ ରାମ ନାମକ ଜଣେ ତାନ୍ତ୍ରିକ ଦେଖା ହେବା ପରେ ସେ ତନ୍ତ୍ର ମନ୍ତ୍ର ସାହାଯ୍ୟ ପିଲା ଜନ୍ମ କରାଇ ପାରିବେ ବୋଲି କହିଥିଲେ । ସୁନୀଲ ବିନୋଦଙ୍କୁ ଦେଖା କରିବା ପରେ ତୁମ ଭାଉଜ ଜଣେ ଡ଼ାହାଣୀ ବୋଲି ବିନୋଦ କହିଥିଲେ । ଯେ ପର୍ଯ୍ୟନ୍ତ ସେ ଅଛନ୍ତି ସେ ପର୍ଯ୍ୟନ୍ତ ତୁମେ ବାପା ହୋଇ ପାରିବ ନାହିଁ ବୋଲି ବିନୋଦ କହିବାରୁ ମୋର ୩ ଭାଇ ମିଶି ମୋ ସ୍ତ୍ରୀକୁ ମାରିବାର ଯୋଜନା କରିଥିଲେ ବୋଲି ଭଗବାନ ଲାଲ କହିଛନ୍ତି ।

ସମ୍ବନ୍ଧିତ ଖବର