ଟ୍ରେନ ଛାତରେ ଚଢ଼ି ରିଲ କରୁଥିବା ବେଳେ ଛାତ୍ର ବିଦ୍ୟୁତ ଆଘାତର ହେଲା ଶିକାର; ହସ୍ପିଟାଲରେ ଭର୍ତ୍ତି କଲା ଜିଆରପି ପୁଲିସ

ନୂଆଦିଲ୍ଲୀ: ବିହାରର ସୀତାମଢ଼ି ଜିଲ୍ଲାରେ ଜଣେ ନାବାଳକ ଛାତ୍ର ଟ୍ରେନ ଛାତ ଉପରେ ଚଢ଼ି ରିଲ ତିଆରି କରୁଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିବାରୁ ସେ ଗୁରୁତର ଆହତ ହୋଇପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

ଏହି ଘଟଣାଟି ସୀତାମଢ଼ି ରେଲୱେ ଷ୍ଟେସନ ନିକଟରେ ଘଟିଥିବା ଜଣାପଡ଼ିଛି। ଏଠାରେ ବସବାସ କରୁଥିବା ୧୫ବର୍ଷର ଛାତ୍ର କୋଚିଂ ପାଇଁ ସାଙ୍ଗମାନଙ୍କ ସହିତ ଯାଉଥିବା ବେଳେ ଷ୍ଟେସନରେ ଯାଇ ପହଞ୍ଚି ଯାଇଥି‌ଲା। ଆଉ ଧାରଣାରେ ଏକ ଟ୍ରେନ ଛିଡ଼ା ହୋଇଥିବା ବେଳେ ସେ ଉକ୍ତ ଟ୍ରେନ ଛାତରେ ଚଢ଼ି ରିଲ ତିଆରି କରିଥିଲା। ଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଆଉ ଗୁରୁତର ଆହତ ହୋଇଥିଲା। ଫଳରେ ତାର ସାଙ୍ଗମାନେ ଏନେଇ ଷ୍ଟେସନ କର୍ମଚାରୀଙ୍କୁ ଜଣାଇଥିଲେ।

ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ତେ‌ବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ଘଟି ସାରିଛି। ଏଭଳି ପରିସ୍ଥିତିରେ ରିଲ ତିଆରି କରିବାକୁ ବାରମ୍ବାର ବାରଣ କରାଯାଉଥିଲେ ବି ପିଲାମାନେ ଏହାକୁ ଅଣଦେଖା କରି ଜୀବନକୁ ବିପଦରେ ପକାଉଛନ୍ତି।

ସମ୍ବନ୍ଧିତ ଖବର