ଧଉଳି : ଧଉଳି ଶାନ୍ତିସ୍ତୂପ ପରିସରରେ ଗତକାଲି ଅପରାହ୍ଣରେ ପର୍ଯ୍ୟଟକମାନଙ୍କୁ ମାଡ଼ ଓ କାର୍ ଭଙ୍ଗାରୁଜା ମାମଲାରେ ଆଜି ପୁଲିସ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଧଉଳି ଥାନା ଅଞ୍ଚଳର ଗଣେଶ ଜେନା (୨୮), ପ୍ରସନ୍ନ ରାଉତରାୟ (୪୦), ଏଠାରେ ଥିବା ଏକ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଆଶିଷ ପାତ୍ର, ଶଶାଙ୍କ ମହାନ୍ତି, ରଜତ ସାହୁ ଓ ବିକାଶ ପ୍ରଧାନ। ସେମାନଙ୍କ ଜାମିନ ନାମଂଜୁର ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଘଟଣାରେ ସଂପୃକ୍ତ ଅନ୍ୟ କେତେଜଣ ସ୍ଥାନୀୟ ଯୁବକଙ୍କୁ ଏଯାଏ ପୁଲିସ ଗିରଫ କରିପାରିନି। ଗାଡ଼ି ସାଇଡ୍ ଦେବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗଣ୍ଡଗୋଳରେ ଗୁରୁତର ଆହତ ଖଣ୍ଡଗିରି ଥାନା ଅଞ୍ଚଳର ବିକାଶ ମିଶ୍ରଙ୍କ ସାନଭାଇ ମାନସ ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଖଣ୍ଡଗିରି ଥାନା ପୋଖରୀପୁଟ ଅଞ୍ଚଳର ନୃସିଂହ ଦାଶଙ୍କ ପତ୍ନୀ ଓ ଭଉଣୀ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ।
ଶାନ୍ତିସ୍ତୂପରେ ପର୍ଯ୍ୟଟକଙ୍କୁ ମାଡ଼ ମାମଲା : ଜେଲଗଲେ ୬ ଯୁବକ
/sambad/media/post_attachments/wp-content/uploads/2019/09/1568358792-jail2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)