ଭିଡିିଓ ଭାଇରାଲ ହେବାରୁ ଦୁଷ୍କର୍ମର ମାସକ ପରେ ମୁହଁ ଖୋଲିଲେ ମହିଳା

କୋଟା : ରାଜସ୍ଥାନର କୋଟାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସମ୍ନାକୁ ଆସିଛି । ଦୁଷ୍କର୍ମର ଶିକାର ହେବାର ମାସେ ପରେ ମୁହଁ ଖୋଲିଛନ୍ତି ମହିଳା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ରାଜସ୍ଥାନର ବରନ ଜିଲ୍ଲାରେ ଜଣେ ୪୦ବର୍ଷିୟ ମହିଳାଙ୍କୁ ୬ଜଣ ଯୁବକ ମାସେ ପୂର୍ବରୁ ଦୁଷ୍କର୍ମ କରିଥିବା ବେଳେ ତା’ର ଏକ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ଘଟଣାର ମାସକ ପରେ ଏବେ ତାହା ଭାଇରାଲ ହୋଇଛି ।
ଲୋକଲଜ୍ଜାକୁ ଡ଼ରି ଏବଂ ପରିବାରର ଜୀବନ ବଞ୍ଚାଇବାକୁ ଯାଇ ମହିଳା ଜଣକ ଚୁପ୍‌ ରହିଥିବା ବେଳେ ଭିଡ଼ିଓ ଭାଇରାଲ ହେବାରୁ ସେ ମୁହଁ ଖୋଲିଥିବା ଜଣା ପଡ଼ିଛି । ଭିଡ଼ିଓ ବହୁ ଲୋକ ଲୋକଙ୍କ ମୋବାଇଲକୁ ଆସିବା ପରେ ସେ ଏ ନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ପରେ ୬ଜଣ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ପାରି ନାହଁ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ମାସେ ପୂର୍ବରୁ ପୀଡ଼ିତା ଜଣଙ୍କ ତାଙ୍କ ଶାଶୁ ଘରକୁ ଯିବା ପାଇଁ ବରନ୍‌ରେ ପହଞ୍ଚିଥିଲେ । ପହଞ୍ଚିବା ପରେ ଚେତନ ମୀନା ନାମକ ଜଣେ ଯୁବକ ଆସି ମୋ ଗାଡ଼ିରେ ବସ ମୁଁ ତୁମକୁ ତୁମେ ଯାଉଥିବା ସ୍ଥାନରେ ଛାଡ଼ିଦେବି ବୋଲି କହିଥିଲେ । ପୀଡ଼ୀତା ଜଣଙ୍କ କୋଟାର ଏକ ଢ଼ାବାରେ କାମ କରୁଥିବାରୁ ଚେତନଙ୍କୁ ଆଗରୁ ଜାଣିଥିଲେ ଏବଂ ସେଥିପାଇଁ ସେ କିଛି ନ ଭାବି ତାଙ୍କ ଗାଡ଼ି ପଛରେ ବସି ପଡ଼ିଥିଲେ । ଚେତନ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇଯିବା ସହ ତାଙ୍କର ୫ଜଣ ସାଥୀକୁ ଡ଼କାଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ସହ ଏହାର ଏକ ଭିଡ଼ିଓ ମଧ୍ୟ ବନାଇଥିଲେ ।

DNA India

ଦୁଷ୍କର୍ମ କରିବାର ପରଦିନ ଚେନତ ପୀଡ଼ିତାଙ୍କୁ ତାଙ୍କ ଶାଶୁ ଘରେ ଛାଡ଼ିବା ସହ କାହାକୁ କହିଲେ ପରିବାର ଲୋକଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ । ପରିବାରକୁ ସୁରକ୍ଷିତ ରଖିବା ପାଇଁ ସେ ଚୁପ ରହିଥିବା ବେଳ ଭିଡ଼ିଓ ଭାଇରାଲ ହୋଇଥିବା ଜାଣି ସେ ସାହାସ କରି ମହିଳା ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।ଏ ନେଇ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର