ନୂଆଦିଲ୍ଲୀ: ହିଂସ୍ର ଓ ବିଷଧର ଜନ୍ତୁଙ୍କ ଠାରୁ ସର୍ବଦା ଦୂରରେ ରହିବା ଉଚିତ ବୋଲି କୁହାଯାଇଥାଏ। ହିଂସ୍ର ଓ ବିଷଧର ଜନ୍ତୁଙ୍କ ସହିତ ଖେଳିବା ଅର୍ଥ ନିଜ ଜୀବନକୁ ବିପଦରେ ପକାଇବା । ଏହା ସତ୍ତ୍ବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ହିଂସ୍ର ଓ ବିଷଧର ଜନ୍ତୁଙ୍କ ସହିତ ଖେଳି ଥାଆନ୍ତି। ଯାହାକି ତାଙ୍କୁ ପରବର୍ତ୍ତି ସମୟରେ ମହଙ୍ଗା ପଡ଼ିଥାଏ।
ନିକଟରେ ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କ ସହିତ ଘଟିଛି । ପୋତ୍ତିସିରାମୁଲୁ ନେଲ୍ଲୋର ଜିଲ୍ଲାର କନଣ୍ଡୁକୁର କସେୱେ ସହରରେ ଏହି ଘଟଣା ଘଟିଛି। ସହରରେ ଏକ ଜୁସ୍ ଦୋକାନ ଚଳାଉଥିବା ମଣିକାନ୍ତ ରେଡ୍ଡି ସାପ ସହିତ ସେଲଫି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅସାବଧାନତା ହେତୁ ସାପ କାମୁଡ଼ିବା କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଖବର ମିଳିଛି।
ସହରର ଆରଟିସି ଡିପୋ ନିକଟରେ ଏକ ସାପ ଖେଳାଳି ସାପ ଖେଳାଉଥିଲେ। ଏହି ସମୟରେ ମଣିକାନ୍ତ ରେଡ୍ଡି ସେଠାକୁ ଯାଇଥିଲେ। ଆଉ ସାପ ଧରାଳିଙ୍କୁ ସାପ ମାଗି ତା’ ସହିତ ସେଲଫି ନେଇଥିଲେ। ଆଉ ସାପକୁ ବେକରେ ଗୁଡ଼ାଇ ଫଟୋ ଉଠାଉ ଥିଲେ। ଏହି ସମୟରେ ମଣିକାନ୍ତଙ୍କ ଗଳାକୁ ଏକ ଚୋଟ ପକାଇଥିଲା ସାପ। ଏହା ଦେଖିବା ପରେ ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/1559574-snake-on-neck1_202301952685.jpg)