ବାଟା ଷ୍ଟୋର ମ୍ୟାନେଜର ପାଣି ପିଉଥିବା ସମୟରେ ମୁହଁ ଭିତରକୁ ଚାଲି ଯାଇଥିବା ସାପଛୁଆକୁ ଆଙ୍ଗୁଳି ପୁରାଇ ଏପରି ବାହାର କଲେ

ପାଟନା: ବିହାର ରାଜଧାନୀ ପାଟନାରେ ମିନିରାଲ୍‌ ଓ୍ଵାଟରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାଟନାର ଜଣେ ବାଟା ଷ୍ଟୋର ମ୍ୟାନେଜର ପାଣି ପିଉଥିବା ସମୟରେ ତାଙ୍କ ମୁହଁ ଭିତରକୁ ଏକ ସାପ ଛୁଆ ଚାଲି ଯାଇଥିଲା। କିଛି ମିନିଟ୍‌ ମଧ୍ୟରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ସହିତ ବାନ୍ତି ହୋଇଥିଲା। ଏହାପରେ ମୁହଁ ଭିତରେ କିଛି ଗୋଟେ ଥିବା ଅନୁଭବ କରି ସେ ଆଙ୍ଗୁଳି ପୁରାଇ ବାହାରକୁ ଆଣିଥିଲେ।  ସେ ଯାହା ଦେଖିଥିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା।  ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲେ।

ବାଟା ଷ୍ଟୋର ମ୍ୟାନେଜର ପଙ୍କଜ କୁମାରଙ୍କ ସହିତ ଏହି ଘଟଣା ଶନିବାର ଘଟିଛି। ପଙ୍କଜ କୁମାରଙ୍କ କହିବାନୁସାରେ, ତାଙ୍କ ଷ୍ଟୋରକୁ ଏକ୍ୱା ସିଟି ପ୍ଲାଣ୍ଟରୁ ପାଣି ଆସିଥାଏ। ଏହିଠାରୁ ଆସିଥିବା ମିନିରାଲ୍‌ ଓ୍ଵାଟର ବୋତଲରେ ସେ ପାଣି ଭରିଥିଲେ ଏବଂ ପିଇବାକୁ ଲାଗିଥିଲ। ତେବେ ଏକ୍ୱା ପ୍ଲାଣ୍ଟରୁ ଆସିଥିବା ପାଣି ବୋତଲରେ ପୂର୍ବରୁ ସାପ ଥିଲା ଯାହାକୁ ପିଇବା ଦ୍ୱାରା ସାପଟି ତାଙ୍କ ମୁହଁ ଭିତରକୁ ଚାଲି ଯାଇଥିଲା। ସୌଭାଗ୍ୟବଶତଃ ତାହା ତାଙ୍କ ପେଟ ଭିତରକୁ ଯାଇନାହିଁ। ଏହାକୁ ନେଇ ସେ କଞ୍ଜୁମର ଫୋରମରେ ଅଭିଯୋଗ କରିବା ସହିତ କୋତବାଲି ଥାନାରେ ବି ଏକ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର