ସତସତିକା ବଣ୍ଟି-ବବଲିକୁ ଧରିଲା ପୁଲିସ ! ବାଳକ ଚଲାଉଥିଲେ ବାଇକ, ପଛରେ ବସି ଦାମିକା ମୋବାଇଲ ଝାମ୍ପି ନେଉଥିଲା ବାଳିକା

ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ପାଉଥିବା ଷ୍ଟ୍ରିଟ କ୍ରାଇମ ପରେ ଦିଲ୍ଲୀ ପୁଲିସ କମିସନର ତତ୍ପର ହୋଇଉଠିଛି। ରାସ୍ତାରେ ବୁଲୁଥିବା ଲୁଟେରାଙ୍କୁ କାବୁ କରିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କ୍ରମରେ ଦିଲ୍ଲୀ ବିକାଶପୁରୀ ଥାନା ପୁଲିସ ଦୁଇଜଣ ଏମିତି ଲୁଟେରାଙ୍କୁ କାବୁ କରିଛି, ଯାହାଙ୍କ କାହାଣୀ ହିନ୍ଦୀ ସିନେମା ବଣ୍ଟି-ବବଲି ଭଳି ରହିଛି।

ବିକାଶପୁରୀ ଅଞ୍ଚଳରେ ବାଇକରେ ବସି ଲୁଟ କରୁଥିବା ଦୁଇ ଲୁଟେରା ଏଇ କିଛିଦିନ ହେବ ଲୋକମାନଙ୍କ ଦାମିକା ମୋବାଇଲ ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଉଥିଲେ।

ଫେବ୍ରୁଆରି ୨୮ ତାରିଖରେ ଜଣେ ମହିଳା ବିକାଶପୁରୀ ଥାନାରେ ମାମଲା ରୁଜୁ କରି ଅଭିଯୋଗ କରିଥିଲେ କି, ଫେବ୍ରୁଆରି ୨୬ ତାରିଖ ସନ୍ଧ୍ୟା ୪ଟାରେ ସେ ଇ-ରିକ୍ସାର ଅପେକ୍ଷା କରିଥିଲେ। ସେହି ସମୟରେ ମୋଟରସାଇକେଲରେ ୨ଜଣ ଲୋକ ଆସିଥିଲେ। ଏହି ମୋଟରସାଇକେଲକୁ ଜଣେ ବାଳକ ଚଲାଉଥିବା ବେଳେ ଜଣେ ବାଳିକା ଆଖିପିଛୁଳାକେ ମୋବାଇଲ ଛଡ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

बाइक पर फोन छीनने वाले आरोपियों को पुलिस ने पकड़ा (फोटो- अरविंद ओझा)

ଏହି ଅଭିଯୋଗ ପରେ  ବିକାଶପୁରୀ ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଦେଖିଥିଲା। ଏଥିରେ ଗୋଟିଏ ବାଇକରେ ବାଳକ ଓ ବାଳିକା ବସି ଲୁଟ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଦୁହିଁଙ୍କୁ କାବୁ କରି ନେଇଥିଲା।

ଯାଞ୍ଚରୁ ଜଣାପଡ଼ିଛି କି ଲୁଟେରା ବାଳକ ଓ ବାଳିକା ଦୁହେଁ ୯ମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ବେଳେ ନିଶାସେବନରେ ଅଭ୍ୟସ୍ତ ହୋଇପଡ଼ିଥିଲେ। ଦୁହିଁଙ୍କୁ ନିଶା ଖାଇବା ପାଇଁ ପ୍ରତିଦିନ ହଜାର ଟଙ୍କା ଲେଖାଏଁ ଦରକାର ପଡ଼ୁଥିଲା। ତେଣୁ ଦୁହେଁ ଧୀରେ ଧୀରେ ଏହି ଲୁଟର ବାଟକୁ ଆପଣାଇଥିଲେ। ବାଳିକା ଜଣକ ନିଜକୁ ସବୁବେଳେ ପୁଅ ଭଳି ସଜାଇ ରଖୁଥିଲେ।

ସମ୍ବନ୍ଧିତ ଖବର