ଡାକ୍ତରୀ ଛାତ୍ରଙ୍କ ଅଭିଯୋଗ: ଅସ୍ତ୍ରୋପଚାର ପରେ କର୍କଟ ରୋଗୀଙ୍କ ପେଟରେ ଭର୍ତ୍ତି କରାଗଲା ଲୁଣ, ଚାଲିଗଲା ଜୀବନ

ଲୁଣ ଚିକିତ୍ସା ନେଇଗଲା ରୋଗୀର ଜୀବନ। ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପୋଚାର ବେଳେ ଲୁଣ ପ୍ରଯୋଗ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ପୁଣିି ଅଭିଯୋଗ ଆଣିଛନ୍ତି ଜୁନିୟର ଡାକ୍ତର ସଂଘ। ଏଥର କିନ୍ତୁ ତଥ୍ୟପ୍ରମାଣ ଏବଂ ମୃତ ରୋଗୀଙ୍କ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ରିପୋର୍ଟ ସହ ଅଭିଯୋଗ ହୋଇଛି। ଜଣେ କର୍କଟ ରୋଗୀଙ୍କ ଅସ୍ତ୍ରୋପଚାର ବେଳେ ଲୁଣ ଯାଉଥିବାର ଚିତ୍ର ବି ସାମ୍ନାକୁ ଆସିିଛି।

ଚିକିତ୍ସା ନାଁରେ ରୋଗୀର ଜୀବନ ସହ କେମିତି ଖେଳ ଖେଳା ଯାଇପାରେ ତା’ର ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଜଣେ କକଁଯ ରୋଗୀଙ୍କ ଅପରେସନ୍‌ ସମୟରେ ପେଟ ଭିତରେ କେମିତି ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଏବଂ ତାଙ୍କ ଟିମ୍‌ ଲୁଣ ଭର୍ତ୍ତି କରୁଛନ୍ତି ତାହାର ଚିତ୍ର ଏବେ ସାମ୍ନାକୁ ଆସିଛି। ତେବେ ଏଭଳି ଲୁଣ ଚିକିତ୍ସା ପାଇଁ ଜଣେ କର୍କଟ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛି ଜୁନିୟର ଡାକ୍ତର ସଂଘ। କେବଳ ଅଭିଯୋଗ ହୋଇଡ଼ି ବରଂ ଚିକିତ୍ସାର ସଂପୂର୍ଣ୍ଣ ବିବରଣୀ ବି ହସ୍ତଗତ ହୋଇଛି।

ଅଗଷ୍ଟ ୨୭ ତାରିଖରେ ବୁର୍ଲା ମେଡିକାଲରେ କ୍ୟାନସର ରୋଗରେ ପୀଡିତ ଜଣେ ରୋଗୀଙ୍କ ଚିକିତ୍ସା କରୁଥିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ। ରୋଗୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟ କହୁଛି-ଅପରେସନ୍‌ ପୂର୍ବରୁ ରୋଗୀଙ୍କ ସୋଡିୟମର ପରିମାଣ ଥିଲା ୧୩୮ ଏମଇକ୍ୟୁ। ଜଣେ ସାଧାରଣ ମଣିଷର ଶରୀରରେ ସୋଡିୟମ ରହିବା କଥା ୧୩୫ରୁ ୧୪୫ ଏମ୍‌ଇକ୍ୟୁ। ଆର୍ଥାତ ରୋଗୀଙ୍କ ଶରୀରରେ ସୋଡିୟମ୍‌ ମାତ୍ରା ନର୍ମାଲ ଥିଲା।

୨୭ ଅଗଷ୍ଟରୁ ନଭେମ୍ବର ୧ ତାରିଖ ଭିତରେ ଅସ୍ତ୍ରୋପଚାର ପରେ ବଦଳି ଗଲା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସେତେବେଳକୁ ରୋଗୀଙ୍କ ଶରୀରରେ ସୋଡ଼ିୟମର ପରିମାଣ ପହଂଚିଗଲା ୧୬୮ ଏମଇକ୍ୟୁ। ତେବେ ମାତ୍ର ୫ ଦିନ ମଧ୍ୟରେ ଶରୀରରେ ସୋଡିୟମର ମାତ୍ରା ଏତେ କିଭଳି ବୃଦ୍ଧି ପାଇଲା ତାହାର ରିପୋର୍ଟ ଦେଖିଲେ ଆପଣ ତାଜୁବ ହେବେ।

ଅନ୍ୟପଟେ ଅଶ୍ୱିନୀ ପୂଜାହାରୀ କରୁଥିବା ଲୁଣ ଚିକିତ୍ସା, ମେଡିକାଲ ପାଠ୍ୟକ୍ରମର ପରିସରଭୁକ୍ତ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର। ସେରିବ୍ରାଲ ଏଡିମା, ଇଂଟର କ୍ରୋନିଆଲ୍‌ ରେଜଟ ପ୍ରେସର୍‌, ହାଇପୋ ଭୋଲିଓମିକ୍‌ ସକ୍‌ ଭଳି ଚିକିତ୍ସା କ୍ଷେତ୍ରରେ ହାଇପର ଟନିକ୍‌ ସାଲାଇନର ବ୍ୟବହାର କରାଯାଇଥାଏ। କାରଣ ଏହା ଅତ୍ୟଧିକ ଲୁଣ ଯୁକ୍ତ ତରଳ ପଦାର୍ଥ। କିନ୍ତୁ ଲୁଣ ନୁହେଁ ବୋଲି କିଛି ଡାକ୍ତର କହିଛନ୍ତି। ଭିମସାର ଭଳି ରାଜ୍ୟର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଲୁଣ ଚିକିତ୍ସା ଯେତିକି ବଡ ବିବାଦ ସୃଷ୍ଟି କରିଛି ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି ଭିମସାର ନିର୍ଦ୍ଦେଶକଙ୍କ ଯୁକ୍ତି। ଆଉ ଏହି ଆରୋପ-ପ୍ରତ୍ୟାରୋପ ଭିତରେ ଜୁନିୟର ଡାକ୍ତର ସଂଘ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର