ମିରଟ: ଉତ୍ତରପ୍ରଦେଶରେ ଘଟିଥିବା ଏକ ଅଭାବନୀୟ ଘଟଣା ଉଭୟ ରାଜ୍ୟର ଅପରାଧିକ ସ୍ଥିତି ଓ ପୁଲିସ୍ର ବିଫଳତା ସଂପର୍କରେ ସ୍ପଷ୍ଟତା ପ୍ରଦାନ କରୁଛି। ରାଜ୍ୟର ଜଣେ ବିଧବା ମହିଳାଙ୍କ ସହ ଯାହ ଘଟିଛି ତାହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମହିଳାଙ୍କ କହିବା ଅନୁସାରେ ତାଙ୍କ ନିଜ ବାପା ଓ ଖୁଡ଼ି ମିଶି ତାଙ୍କୁ ମାତ୍ର ୧୦ ହଜାର ଟଙ୍କାରେ ଅନ୍ୟ ହାତରେ ବିକ୍ରି କରି ଦେଇଥିଲେ। ମହିଳା ଜଣକ ବିକ୍ରି ହେବା ପରେ ତାଙ୍କୁ କିଣି ନେଇଥିବା ବ୍ୟକ୍ତି ଓ ଉକ୍ତି ବ୍ୟକ୍ତିର କିଛି ବନ୍ଧୁ ମିିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ମହିଳା ଜଣକ ଶେଷରେ ପୁଲିସ୍ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ପୁଲିସ୍ ବି ତାଙ୍କ କଥା ନଶୁଣିବାକୁ ସେ ନିରୁପାୟ ହୋଇ ନିଜକୁ ନିଆଁରେ ଜାଳି ଦେବାର ନିଷ୍ପତ୍ତି ନେଇଥିଲେ। ଗତ ମାସ ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେବାରୁ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଜଳି ଯିବା ପରେ ସେ ଏବେ ଏକ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଉତ୍ତରପ୍ରଦେଶର ହାପୁରସ୍ଥିତ ଏହି ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ବାପା ତାଙ୍କୁ ବିକ୍ରି କରି ଦେଇଥିଲେ ବୋଲି ମହିଳା ଜଣକ ତାଙ୍କ ଅଭିଯୋଗରେ ଜଣାଇଛନ୍ତି।