୨୮୫କୋଟି ଟଙ୍କାର ସମ୍ପତ୍ତିି ପାଇଁ ମୃତ ମା’କୁ ୭ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ବୋଲି କହି ଆସୁଥିଲା ପୁଅ, ଏଭଳି ସାମ୍ନାକୁ ଆସିଲା ସତ !

ନୂଆଦିଲ୍ଲୀ : ମା’ର ନିଧନ ହେବା ପରେ ମଧ୍ୟ ପୁଅ ଯେଉଁ କାମ କରିଛି, ତାହା ଜଣେ ମା’-ପୁଅର ନିସ୍ୱାର୍ଥ ସଂପର୍କକୁ ଲଜ୍ଜିତ କରିଛି । ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ସମ୍ପତ୍ତିି ପାଇଁ ନିଜ ମା’ଙ୍କୁ ଜୀବିତ ବୋଲି ଦେଖାଇ ୭ ବର୍ଷ ପର୍ଯ୍ୟନ୍ତ ମିଛ କହି ଆସୁଥିଲେ । କିନ୍ତୁ ଶେଷରେ ତାଙ୍କୁ ତାଙ୍କ ଭୁଲ ପାଇଁ ଜିଲ୍ଲା ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଏ ନେଇ ଅଭିଯୁକ୍ତ ସୁନୀଲ ଗୁପ୍ତାଙ୍କ ଭାଇ ବିଜୟ ଗୁପ୍ତା ଅଭିଯୋଗ ଆଣିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

Siasat

ବିଜୟଙ୍କ ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୭,୨୦୧୧ରେ ଆମ ମା’ଙ୍କର ମୁମ୍ବାଇସ୍ଥିତ ଘରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସବୁ ସମ୍ପତ୍ତିି ନେବା ପାଇଁ କାହାକୁ ନ ଜଣାଇ ଜାଲ କାଗଜପତ୍ର ସାହାଯ୍ୟରେ ସୁନୀଲ ମାର୍ଚ୍ଚ ୧୪,୨୦୧୧ରେ ମା’ଙ୍କୁ ଜୀବିତ ବୋଲି ଦେଖାଇ ସବୁ ସମ୍ପତ୍ତିି ନିଜ ନାଁରେ କରି ନେଇଥିଲେ। ଏ ବିଷୟରେ ପ୍ରଥମେ କାହାକୁ ଜଣା ନ ଥିଲା । ସୁନୀଲ ନିଜ ସ୍ତ୍ରୀ-ପିଲାଙ୍କୁ ହିଁ ଏ ସବୁ ବିଷୟରେ ଜଣାଇଥିଲେ । ୨୮୫କୋଟିର ସମ୍ପତ୍ତିି ନେବା ସହ ସେ କମ୍ପାନୀ ବି ନିଜ ନାଁରେ କରି ନେଇଥିଲେ । କିଛି ବର୍ଷ ପରେ କମ୍ପାନୀର କ୍ଷତି ହୋଇ ଚାଲି ବାରୁ ମୁଁ ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ମୁଁ ସବୁ ଜାଣିବା ପରେ ପୁଲିସରେ ଅଭିଯୋଗ କରିବି ବୋଲି ଡ଼ରରେ ସୁନୀଲ ଗୁଣ୍ଡା ପଠାଇ ନୋଏଡ଼ାରେ ଥିବା ମୋ ଅଫିସରେ ମୋତେ ଧମକାଇଥିଲେ । ଯାହା ପରେ ମୁଁ ଅଭିଯୋଗ କରିବାକୁ ବାଧ୍ୟ ହେଲି ବୋଲି ଅଭିଯୋଗ ପତ୍ରରେ ଲେଖିଛନ୍ତି ବିଜୟ । ବିଜୟ ସୁନୀଲ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ ପୁଅଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର