ମା’କୁ ଆକ୍ରମଣ କରି ପୁଅ ଗିରଫ

ଭୁବନେଶ୍ୱର: ମା’ ସହ ପରିବାର ସଦସ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପୁଅକୁ ଗିରଫ କରିଛି। ଗୁରୁତର ଅବସ୍ଥାରେ ମା’ ଆଲିମା ଖାତୁନ୍‌ଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ପୁଅ ହେଲା, ମସଜିଦ୍ କଲୋନିର ଶେଖ୍ ଆଲିଆ ଜାଫର୍ ଓରଫ ବାପି। ଅପରାହ୍‌ଣରେ ତାକୁ କୋର୍ଟଚାଲାଣ କରାଯାଇଛି। ନିଶାସକ୍ତ ଅବସ୍ଥାରେ ସେ ଆକ୍ରମଣ କରିଥିବା ପୁଲିସ କହିଛି। ଆଲିମା ପଶ୍ଚିମବଙ୍ଗ ମେଦିନାପୁରର ପାଟକୁରାରୁ ଆସି ମସଜିଦ୍ କଲୋନିରେ ରହୁଥିଲେ। ତାଙ୍କର ଦୁଇ ଝିଅ ଓ ଗୋଟେ ପୁଅ ଥିଲେ। ପୁଅ ବାପି ନିଶା ସେବନ କରିବା ପାଇଁ ମଙ୍ଗଳବାର ମା’କୁ ଟଙ୍କା ମାଗିଥିଲା। ଟଙ୍କା ନ ଦେବାରୁ ଅଭିଯୁକ୍ତ ପୁଅ ମା’ ଓ ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏ ନେଇ ମା’ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର