ମା’କୁ ମାଡ଼ମାରି ପୁଅ ଗିରଫ

ଭୁବନେଶ୍ୱର: ମା’କୁ ମାଡ଼ମରି ବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁଅକୁ ଗିରଫ କରିଛି। ସେ ହେଲା ଲକ୍ଷ୍ମୀସାଗର କିଶୋରଲେନ୍‌ର ପ୍ରକାଶ ପ୍ରଧାନ(୫୨)। ପୁଲିସ ସୂଚନା ମୁତାବକ, ପାରିବାରିକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ପ୍ରକାଶର ମା’ ସୁକୁମାରୀ ପ୍ରଧାନଙ୍କ ସହ ପାଟିତୁଣ୍ଡ ହେଉଥିଲା। ତେବେ ଆଜି ସୁକୁମାରି ଘରେ ଥିବା ବେଳେ କୌଣସି କାରଣ ନଥାଇ ପ୍ରକାଶ ତାଙ୍କୁ ଗାଳିଗୁଲଜ କରିଥିଲା। ସୁକୁମାରି ପ୍ରତିବାଦ କରିବାରୁ ପ୍ରକାଶ ତାଙ୍କୁ ମାଡ଼ମାରିଥିଲା। ଏନେଇ ସୁକୁମାରି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଆଜି ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର