ଭୁବନେଶ୍ୱର : ଏହି କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ପୁଅ ସମ୍ପତ୍ତି ଲୋଭରେ ତାର ବୁଢ଼ା ବାପାଙ୍କୁ ତଣ୍ଟିଆ ମାରି ଘରୁ କାଢ଼ି ଦେଇଥିଲା। ଅବିକଳ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ। ଜଣେ ପୁଅ ସମ୍ପତ୍ତି ଲୋଭରେ କିଭଳି ଜଣେ ବୃଦ୍ଧା ମାଙ୍କୁ ମାଡ଼ ମାରି ଘରୁ କାଢ଼ି ଦେଇଛି। ଶେଷରେ ବୃଦ୍ଧା ଜଣକ ଥାନାର ଆଶ୍ରୟ ନେଇଛନ୍ତି। ଏମିତି ଏକ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧୀନରେ ଥିବା ନୂଆପଲ୍ଲୀ ବ୍ରିଟ କଲୋନିରେ। ମିଳିଥିବା ସୂଚନାନୁଯାୟୀ ଝୁଲିଆ ଶର୍ମା (୭୫) ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ବଡ଼ପୁଅ ପାଖରେ ରହି ଆସୁଥିଲେ। ସମସ୍ତ ସମ୍ପତ୍ତି ଝୁଲିଆଙ୍କ ନାଁରେ ଥିବାରୁ ବଡ଼ ପୁଅ ଓ ବୋହୂ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ। ଏମିତିକି ଔଷଧ ଖାଇବା ପାଇଁ ଟଙ୍କାଟିଏ ମଧ୍ୟ ଦିଅନ୍ତି ନାହିଁ। ଔଷଧ ମାଗିଲେ ବୋହୂଠାରୁ ଶୁଣିବାକୁ ପଡ଼େ ଗାଳି । ସେଥିପାଇଁ ଭତ୍ତା ପାଇଥିବା ଟଙ୍କାରେ ସେ ତାଙ୍କ ପାଇଁ ଔଷଧ ଆଣନ୍ତି। ତାଙ୍କ କହିବାନୁଯାୟୀ ଏପରିକି ବୋହୂ ତାଙ୍କୁ ମୁଣ୍ଡରେ ତେଲ ଲଗାଇବା ପାଇଁ ଦିଅନ୍ତି ନାହିଁ। ଏମିତିକି ସାହି ଲୋକଙ୍କ ଆଗରେ ତାଙ୍କୁ ନାନା କଥା କହି ଗାଳି କରନ୍ତି। ମଙ୍ଗଳବାର ତାଙ୍କ ଦେହ ଅସୁସ୍ଥ ଲାଗିବାରୁ ସେ ତାଙ୍କ ଘର ପାଖରେ ଥିବା ଔଷଧ ଦୋକାନକୁ ଯାଇଥିଲେ।। ଔଷଧ ନେଇ ଫେରିବା ପରେ ବୋହୂ ତାଙ୍କୁ ଆଉ ଘରକୁ ପଶିବାକୁ ଦେଇ ନଥିଲେ । ଏମିତିକି ପୁଅ ବୋହୂ ତାଙ୍କ ତାଙ୍କ ପଡ଼ୋଶୀଙ୍କ ଆଗରେ ବହୁତ ଗାଳିଗୁଲଜ କରିଥିଲେ। ଏପରିକି ଘରକୁ ନେଇ ମାଡ଼ ମଧ୍ୟ ମାରିଥିଲେ ବୋଲି ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି। ଶେଷରେ ସେ ଆଉ କୌଣସି ବାଟ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ।
ବୁଢ଼ୀ ମା’ଙ୍କୁ ମାଡ଼ ମାରି ଘରୁ ତଡ଼ିଲା ପୁଅ
ନ୍ୟାୟ ପାଇଁ ବୃଦ୍ଧା ଥାନାର ଦ୍ୱାରସ୍ଥ
/sambad/media/post_attachments/wp-content/uploads/2018/02/saroj-brudhanku-mada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)