ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ର ଶାଶୁ ଓ ଜ୍ୱାଇଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ଇଏ ହେଉଛନ୍ତି କାଳିଯୁଗର ମା’ । ଯିଏକି ଝିଅର ଘର ଗଢ଼ିବା ପୂର୍ବରୁ ହିଁ ଭାଙ୍ଗି ଦେଇଛନ୍ତି। ଝିଅର ବାହାରଘର ସ୍ଥିର ହୋଇଥିବାର ଯୁବକଙ୍କୁ ପ୍ରେମ କରି ଫେରାର ହୋଇଯାଇଥିଲେ।

Advertisment

ଫେରାର ଶାଶୁ ସପନା ଦେବୀ ଓରଫ ଅନୀତା ପୁଲିସ ନିକଟରେ ଆତ୍ମସମର୍ପଣ କରି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,ପୁଲିସ ଆମକୁ ଖୋଜୁଥିବା ଜାଣି ନେପାଳ ସୀମା ପାଖରୁ ଆମେ ଫେରି ଆସିଛୁ। ମୁଁ ମୋ ସ୍ବାମୀଙ୍କ ସହିତ ଆଉ ରହିବାକୁ ଚାହୁଁନାହିଁ। ବାକିଥିବା ଜୀବନ ରାହୁଲଙ୍କ ସହିତ କାଟିବି।’

ଏହି ଘଟଣାରେ ରାହୁଲଙ୍କ ପିଉସୀ ସାମ୍ନାକୁ ଆସି କହିଛନ୍ତି, ‘ମୁଁ ରାହୁଲ ଓ ସ୍ବପ୍ନାକୁ ଆପଣାଇବାକୁ ରାଜି ଅଛି। ଦୁହେଁ ମୋ ଘରେ ବିନା ବାଧାରେ ରହି ପାରିବେ। ମୁଁ ଜାଣି ନାହିଁ ମୋର ଏ ନିଷ୍ପତ୍ତିରେ ମୋ ଭାଇ ଅର୍ଥାତ ରାହୁଲଙ୍କ ବାପାଙ୍କ କ’ଣ ପ୍ରତିକ୍ରିୟା ରହିବ। ‌ସେ ଯାହା ବି ହେଉ ମୁଁ ମୋ ପୁତୁରାକୁ ଏମିତି ଏଣେତେଣେ ବୁଲିବାର ଦେଖି ପାରିବି ନାହିଁ। ସେ ମୋ ଘରେ ରହି ଶାନ୍ତିରେ ଜୀବନ କାଟୁ । ଯେତେ ଦିନ ଚାହିଁବ ସ୍ବପ୍ନାକୁ ଧରି ରହି ପାରିବ। ଏଥିରେ ମୋର କୌଣସି ପ୍ରକାର ଆପତ୍ତି ନାହିଁ।’

ତେବେ ସ୍ବପ୍ନା ଓ ରାହୁଲ ପିଉସୀଙ୍କ ଘରେ ରହିବେ କି ନାହିଁ ସେ ନେଇ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ଆସିନାହିଁ।