ମୋତିହାରୀ(ବିହାର): ଝିଅ ବିଦା ନକରିବାରୁ ଶାଶୁକୁ ଗୁଳି ମାରିଲା ଜ୍ବାଇଁ। ବିହାରର ମୋତିହାରିରେ ଘଟିଛି ଏଭଳି ଘଟଣା। ଗୁଳିମାଡ଼ରେ ଶାଶୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ମୋତିହାରୀର କୁଣ୍ଡୱା ଚୈନପୁରର ଜତୱାଲିଆ ଗାଁରେ ଘଟିଛି। ରବିବାର ବିଳମ୍ବିତ ରାତିରେ ଛୋଟନ ଶାହ ନାମକ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଦୁଇଥର ଗୁଳି କରିଥିଲେ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଦରଭଙ୍ଗା ନିବାସୀ ଛୋଟନ ଶାହ, କୁଣ୍ଡୱା ଚୈନପୁର ପୁଲିସ ଷ୍ଟେସନ ଅଞ୍ଚଳର ଜତୱାଲିଆ ନିବାସୀ ରାଜକିଶୋର ଶାହଙ୍କ ଝିଅକୁ ବିବାହ କରିଥିଲେ। ରବିବାର ବିଳମ୍ବିତ ରାତିରେ ଛୋଟନ ତାଙ୍କ ଶାଶୁ ଘରକୁ ଆସି ପତ୍ନୀଙ୍କୁ ନିଜ ଘରକୁ ନେବାକୁ କହିଥିଲେ। ଏନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ପତ୍ନୀ ଶାଶୁଘରକୁ ଯିବାକୁ ରାଜି ନଥିବା ବେଳେ ତାଙ୍କ ମା’ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ଝଗଡ଼ା ବଢ଼ିବାରୁ ରାଗରେ ଛୋଟନ ବନ୍ଧୁକ ବାହାର କରି ନିଜ ଶାଶୁଙ୍କ ଉପରକୁ ଗୁଳି ଚଳାଇଥିଲା। ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ।
ତେବେ ଏହା ପୂର୍ବରୁ ୨୦୧୮ରେ ଛୋଟନ ନିଜ ମା’ଙ୍କୁ ମଧ୍ୟ ହତ୍ୟା କରିଥିଲା। ନିଜ ମା’ଙ୍କ ହତ୍ୟା ଘଟଣାରେ ସେ ଅଭିଯୁକ୍ତ ଥିବା ସହ ପୂର୍ବରୁ ନିଜ ପତ୍ନୀ, ଭଉଣୀ ଓ ଶାଶୁଙ୍କୁ ଆକ୍ରମଣ କରିସାରିଥିଲେ। ଏହି କାରଣରୁ ଶାଶୁଘରକୁ ଯିବାକୁ ଚାହୁନଥିଲେ ଛୋଟନଙ୍କ ପତ୍ନୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/t-135.jpg)