ହାଇଦ୍ରାବାଦ: ଗୁଣି ଗାରେଡି ସନ୍ଦେହରେ ଜଣେ ୩୦ ବର୍ଷ ବୟସ୍କ ଲୋକ ନିଜର ମାଆକୁ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେଲେଙ୍ଗାନାର ରାଜନ୍ଵାସିରେ ସିଲ୍ଲା ଜିଲ୍ଲାର ବୋଇନ୍ପାଲେ ଥାନାର ଅଧିବାସୀ ଶ୍ରୀନିବାସ ନିଜର ୫୨ ବର୍ଷୀୟ ମାଆଙ୍କୁ ନିଜ ବାସଭବନରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାଯାଇଛି। ଏହି ଅଘଟଣ ଗତ ୨୩ ତାରିଖରେ ଘଟିଥିଲା। ପୁଲିସ ମୃତକଙ୍କର ମୃତ ଶରୀରକୁ ବ୍ୟବଚ୍ଛେଦ ଲାଗି ପଠାଇଥିବା ବେଳେ ପୁଅ ଶ୍ରୀନିବାସକୁ ଗିରଫ କରିଛି।
/sambad/media/post_attachments/wp-content/uploads/2018/12/handcuffs-11.jpg)
ଶ୍ରୀନିବାସର କହିବା ଅନୁଯାୟୀ ସେ ସନ୍ଦେହ କରୁଥିଲା କି ତା’ମାଆ ଘରେ ଗୁଣି ଗାରେଡ଼ି କରୁଛନ୍ତି। ଆଇ ପି ସିର ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି। ପୁଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି।ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବେଙ୍ଗଲୁରୁରେ ଜଣେ ପୁଅ ମଦ ପିଇବା ଲାଗି ମାଆଙ୍କୁ ଟଙ୍କା ମାଗିଥିଲା,କିନ୍ତୁ ମାଆ ନ ଦେବାରୁ ସେ ମାଆଙ୍କୁ ମାରି ଦେଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Son-Killed-Mother-on-Superstition_Thumbnail.jpg)