ବାପାକୁ ମାରି ଘର ଭିତରେ ପୋତିଦେଲା ପୁଅ : ୨୭ ଦିନ ପରେ ଶବ ଉଦ୍ଧାର

ନର୍ଲା : ବାପାକୁ ହତ୍ୟା କରି ଘର ଭିତରେ ପୋତି ଦେଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବଡ଼ଗୁଣ୍ଡି ଗାଁରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନାଭିଦତ୍ୟ ବାଗ (୩୫) ନାମକ ଏହି ଯୁବକ ନିଜ ବାପା ଜଗନ୍ନାଥ(୭୦)ଙ୍କୁ ହତ୍ୟା କରି ଘର ଭିତରେ ପୋତି ଦେଇଥିଲା। ପଡୋଶୀଙ୍କ ସୂଚନାକୁ ଆଧାର କରି ପୁଲିସ ୨୭ ଦିନ ପରେ ଆଜି ଗାତ ଭିତରୁ ଶବ ଉଦ୍ଧାର କରିଛି। ତେବେ ଅଭିଯୁକ୍ତ ପୁଅ ଫେରାର ହୋଇ ଯାଇଛି।

ପଡୋଶୀଙ୍କ ସୂଚନା ମୁତାବକ, ଗତ ୩ ତାରିଖ ସନ୍ଧ୍ୟାରେ ନାଭିଦତ୍ୟ ଓ ଜଗନ୍ନାଥଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନାଭିଦତ୍ୟ ବାପାକୁ ହତ୍ୟା କରି ଘର ଭିତରେ ପୋତି ଦେଇଥିଲା। ଘରର କବାଟ ବନ୍ଦ କରି ଦେଇଥିଲା। ପରଦିନ ସକାଳେ ପଡ଼ୋଶୀମାନେ ବାପା କୁଆଡ଼େ ଗଲେ ବୋଲି ନାଭିଦତ୍ୟକୁ ପଚାରିବାରୁ ଝଗଡ଼ା କରି କୁଆଡ଼େ ଚାଲି ଯାଇଛି ବୋଲି କହିଥିଲା। ଆଜି ସକାଳେ ଘର ଭିତରୁ ଗନ୍ଧ ବାହାରିବାରୁ ଜଣେ ପଡ଼ୋଶୀ ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଜଣାଇଥିଲା। ସେ ଆସି ଘର ଖୋଲିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

ସମ୍ବନ୍ଧିତ ଖବର