ବାପାଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ମା’କୁ ହତ୍ୟା କଲା ପୁଅ,ପରେ ଓଲଟି ଗଲା ପୂରା ଘଟଣା

ମୁମ୍ବାଇ : ମା’କୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ମୁମ୍ବାଇ ପୁଲିସ । ଗିରଫ ହେବା ପରେ ଅଭିଯୁକ୍ତ ପୁଅ ବାପାଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ଏପରି କରିଥିବା କହିଥିଲା । କିନ୍ତୁ ପରେ ଘଟିଥିବା ଘଟଣା ପୁଲିସକୁ ହତବାକ୍‌ କରି ଦେଇଥିଲା । ଅଭିଯୁକ୍ତ ନିଜର ମୃତ ବାପା ପାଇଁ ଏଭଳି ଅପରାଧ କରିଥିବା କହିଥିବା ବେଳେ ଗତ ସୋମବାର ଅଭିଯୁକ୍ତର ବାପାଙ୍କୁ ଜୀବନ୍ତ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ପୁଲିସ । ପରେ ଅଭିଯୁକ୍ତ ପୁଅ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ସାମ୍ନାକୁ ଆସିଥିଲା ।

Daily Times

ସୂଚନା ମୁତାବକ, ୨୦୧୧ରେ ଅଭିଯୁକ୍ତ ଲକ୍ଷ୍ୟ ସିଂହଙ୍କ ମାତା-ପିତା ସୁନୀତା ସିଂହ ଏବଂ କୁଲଦୀପ୍‌ ସିଂହଙ୍କ ଛାଡ଼ପତ୍ର ହୋଇଥିଲା । ଏହା ପରେ ଦୁହେଁ ଅଲଗା ରହିବାକୁ ଲାଗିଥିଲେ । ଏହାର ପ୍ରଭାବ ଲକ୍ଷ୍ୟଙ୍କ ଉପରେ ଅଧିକ ପଡ଼ିବା ପରେ ଧୀରେ ଧୀରେ ସେ ଘଟି ନଥିବା ଜିନିଷକୁ ଅନୁଭବ କରିବାକୁ ଲାଗିଥିଲେ । ଏଥି ପାଇଁ ସେ ନିଜ ଜୀବିତ ବାପାଙ୍କୁ ମୃତ ବୋଲି ଭାବି ବାପାଙ୍କୁ ମୁକ୍ତି ଦେବା ନିଶାରେ ନିଜ ମା’କୁ ହତ୍ୟା କରିଥିଲେ ବୋଲି ପୁଲିସ ଜଣାଇଛି । ସୁନୀତା ଜଣେ ଫ୍ୟାସନ ଡ଼ିଜାଇନର ଓ ମଡ଼େଲ ଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର