କୋଲକାତା: ଛୁଟି ଦିନରେ ବୁଲିବାକୁ ଯିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ୯୬ ବର୍ଷ ବୟସ୍କା ମାଆଙ୍କୁ ଘର ଭିତରେ ବାହାରପଟୁ ତାଲା ପକାଇ ପଳାଇ ଥିଲେ। ପ୍ରାୟ୩୦ ଘଣ୍ଟା ଘର ଭିତରେ ବନ୍ଦୀ ରହିବା ପରେ ଏହି ବୟସ୍କା ମହିଳାଙ୍କୁ ତାଙ୍କ ଝିଅ ଓ ପୁଲିସ ଉଦ୍ଧାର କରିଛି। ଏ ନେଇ କୋଲକାତାର ଆନନ୍ଦପୁର ପୁଲିସ ଷ୍ଟେସନରେ ପୁଅଙ୍କ ନାମରେ ଏକ ମାମଲା ରୁଜ କରାଯାଇଛି।
ପୁଲିସ ସୂତ୍ରରୁୂ ପ୍ରକାଶ ଯେ ୯୬ ବର୍ଷ ବୟସ୍କା ସବିତା ନାଥ ତାଙ୍କ ବଡ଼ପୁଅ ତଥା ବ୍ୟଙ୍କ କର୍ମଚାରୀ ବିକାଶଙ୍କ ପାଖରେ ରୁହନ୍ତି। ତେବେ ଗତ ଶନିବାର ଦିନ ସବିତା ଘରେ ଶୋଇଥିବା ବେଳେ ବିକାଶ ଘରୁ ବାହାରପଟୁ ତାଲା ପକାଇ ପରିବାର ସହିତ ବାହାରକୁ ବୁଲିବାକୁ ଚାଲି ଯାଇଥିଲେ। ଏ ନେଇ ବୟସ୍କା ମହିଳା ସବିତା ନାଥ ପୁଲିସରେ କହିଛନ୍ତି ଯେ ସକାଳୁ ମୁଁ ନିଦରୁ ଉଠିଲା ବେଳକୁ ଘରେ କେହି ନ ଥିଲେ। ସମସ୍ତେ ବାହାରକୁ ଚାଲି ଯାଇଥିଲେ। ଏପରିକି ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ମୋ ପାଖରେ କୌଣସି ସୁଯୋଗ ନ ଥିଲା। ମୁଁ ସେମାନଙ୍କ( ପୁଅ, ବୋହୂ)ଙ୍କ ଉଦ୍ଦେଶ୍ୟ ବୁଝି ପାରୁଛି, ମାତ୍ର ଏ ବୟସରେ ମୋର ଆଉ କଛି କରିବାର ନାହିଁ। ଏ ନେଇ ସବିତାଙ୍କ ସାନ ପୁଅ ମଦନ କହିଛନ୍ତି , ବିକାଶ ମାଆଙ୍କ ପ୍ରତି ଏପରି ବ୍ୟବହାର ପ୍ରଦର୍ଶନ କରୁଥିବା କଳ୍ପନା ମଧ୍ୟ କରି ହେଉ ନାହିଁ। ମଦନ କହିଛନ୍ତି ଯେ ଯେ ତେବେବେଳେ ତାଙ୍କ ଭଉଣୀ ଦେଖିଲେ ଯେ ଘରର କବାଟ ବାହା ପଟୁ ତାଲା ପଡ଼ିଛି, ସେ କିଛିଟା ଯେ ଖରାପ ଘଟିଛି ତାହା ସନ୍ଦେହ କରିଥିଲେ । ତାପରେ ଘରର କବାଟ ଭାଙ୍ଗି ଭିତରକୁ ଗଲାବେଳକୁ ଖଟ ଉପରେ ୯୬ ବର୍ଷ ବୟସ୍କା ମହିଳା ବକଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସବିତା କହିଛନ୍ତି ଯେ ମୋ ପାଖରେ ଖଣ୍ଡେ ଦିଖଣ୍ଡ ବିସ୍କୁଟ ପଡ଼ିଥିଲା। ମୁଁଏହାକ ୁ ଖାଇବାକୁ ଚେଷ୍ଟା କରିବାରୁ ବାନ୍ତି ଆସିଲା। ଏପରିକି ମୁଁ ଓ୍ଵାସରୁମ୍କୁ ଯାଇ ପାରିଲି ନାହିଁଁ। ଘର ଭିତରେ ବାନ୍ତି କଲି ଓ ନିଜେ ସେଗୁଡ଼ିକୁ ସଫା କଲି ବୋଲି ସବିତା କହିଛନ୍ତି।
ଏହି ଘଟଣା ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ବିକାଶଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ବାପାମାଆଙ୍କ ଦାୟିତ୍ୱ ନେବା ପିଲାମାନଙ୍କ କର୍ତ୍ତବ୍ୟ ଓ ଏହା ନ କଲେ ସମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
୯୬ ବର୍ଷୀୟା ମାଆଙ୍କୁ ଘରେ ତାଲା ପକାଇ ବୁଲିବାକୁ ପଳାଇଲେ ପୁଅବୋହୂ
/sambad/media/post_attachments/wp-content/uploads/2017/10/Old-Woman-Inside-The-House.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)