ସ୍କୁଲ ଯିବାକୁ ପିଲା ମନା କରିବାରୁ ବିରକ୍ତ ହୋଇ ପୁଲିସକୁ ଡକାଇଲା ମା’

ହାଇଦ୍ରାବାଦ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବାକୁ ମନା କରି ଥାଆନ୍ତି। ଏଭଳି ପରିସ୍ଥିତିରେ ଘରଲୋକେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ଥାଆନ୍ତି। ବାପା-ମା’ ପିଲାମାନଙ୍କୁ କୌଣସି ପ୍ରକାରେ ସ୍କୁଲ ଯିବାକୁ ବୁଝାଇ ଥାଆନ୍ତି। ତେବେ ପିଲା ସ୍କୁଲ ଯିବାକୁ ମନା କରିବାରୁ ଜଣେ ମା’ ପୁଲିସକୁ ଡକାଇଥିବା ଘଟଣା ଶୁଣିବାକୁ ମିଳିଛି।

ଏଭଳି ଏକ ମାମଲା ତେଲେଙ୍ଗାନାର ମହବୁବନଗରରେ ଘଟିଛି। ଏଠାରେ ପିଲା ସ୍କୁଲ ଯିବାକୁ ମନା କରିଥିଲା। ଫଳରେ ଶିଶୁର ମା’ ୧୦୦ନମ୍ବରକୁ ଫୋନ୍‌ କରି ପୁଲସକୁ ଖୁବଶୀଘ୍ର ଘରକୁ ଆସିବାକୁ କହିଥିଲେ। ଖବର ମିଳିବା କ୍ଷଣି ଡିୟୁଟିରେ ଥିବା ପେଟ୍ରୋଲିଂ ଟିମ୍‌ ଘରକୁ ପହଞ୍ଚିଥିଲେ। ତାଙ୍କୁ ଲାଗିଥିଲା କି ମାମଲା ବହୁତ ଗମ୍ଭୀର ରହିଛି। କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ପରେ ମହିଳାଙ୍କ ଠାରୁ ଯାହା ଶୁଣିଥିଲେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ମହିଳା କହିଥିଲେ କି, ମୋ ପୁଅ ସ୍କୁଲ ଯିବାକୁ ରାଜି ହେଉ ନଥିବା ହେତୁ ମୁଁ ଫୋନ୍‌ରେ ଆପଣଙ୍କୁ ଡକାଇଥିଲି। ପୁଲିସ ପ୍ରଥମେ ଏଭଳି ଘଟଣାକୁ ନେଇ ବିରକ୍ତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ବୁଝି ପିଲାକୁ ବୁଝାଇ ପୁଲିସ ଗାଡ଼ିରେ ବସାଇ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇ ଥିଲା।

ସମ୍ବନ୍ଧିତ ଖବର