ମାଆର କାମ ପାଇଁ ସାତ ବର୍ଷର ପିଲାକୁ ସ୍କୁଲରୁ ବାହାର କଲା ପ୍ରଶାସନ

ନୂଆଦିଲ୍ଲୀ: କଥାରେ ଅଛି ବାପ ଖାଇଲେ ତାଳ, ପୁଅ ମୁଣ୍ତରେ କାଳ । ଅର୍ଥାତ୍ ବାପା ମାଆ ଯାହା କରନ୍ତି ପିଲାଙ୍କ ଉପରେ ତାହାର ପ୍ରଭାବ ପଡ଼ିଥାଏ । ଏହି କ୍ରମରେ କହିବାକୁ ଗଲେ ଜଣେ ମହିଳା କରୁଥିବା କାମ ପାଇଁ ସାତ ବର୍ଷର ପିଲାକୁ ସ୍କୁଲରୁ ନିଲମ୍ବିତ କରାଯାଇଛି । ଏହାର କାରଣ ହେଉଛି ଉକ୍ତ ପିଲାର ମା’ ଜଣଙ୍କ ଏକ ଆଡଲ୍ଟ ଓ୍ୱେବ୍ ସାଇଟରେ କାମ କରନ୍ତି । ଏଥିରେ ସେ ଯେଉଁଭଳି ପୋଷାକ ପିନ୍ଧନ୍ତି ତାହାକୁ ନେଇ ସ୍କୁଲ ପ୍ରଶାସନ ତାଙ୍କ ପିଲାକୁ ନିଲମ୍ବିତ କରିଦେଇଛନ୍ତି । ଉକ୍ତ ମହିଳାଙ୍କ ନାମ ହେଉଛି ସାରା ବ୍ଲେକ୍ ଚିକ୍।

ନିଜେ ସାରା ବ୍ଲେକ୍ ଚିକ୍ ବି ଦାବି କରିଛନ୍ତି, ତାଙ୍କର ପେଷାଗତ କାରଣକୁ ନେଇ ତାଙ୍କ ପୁଅକୁ ସ୍କୁଲରୁ ବାହାର କରାଇଛି । ଏହା ନୂଆ ନୁହେଁ, ପୂର୍ବରୁ ଭିକ୍ଟୋରିଆ ଟିଜ୍ ନାମକ ଜଣେ ମହିଳାଙ୍କ ସହ ମଧ୍ୟ ଏପରି ଘଟଣା ଘଟି ସାରିଛି । ସେତେବେଳେ ଜଣେ ପିଲାର ଅଭିବାକ ସ୍କୁଲର ପ୍ରିନ୍ସପାଲଙ୍କୁ ତାଙ୍କ ଓ୍ବେବ୍ ସାଇଟରେ କାମ କରୁଥିବା କଥା ଜଣାଇଥିଲେ । ପରେ ଭିକ୍ଟୋରିଆ ଉକ୍ତ ସ୍କୁଲ ବିରୋଧରେ ଏକ ଅଭିଯୋଗ କରିଥିଲେ । ଏବେ ଏହି ଘଟଣାରେ ସାରା  ଭିକ୍ଟୋରିଆଙ୍କୁ ସମର୍ଥନ କରୁଛନ୍ତି ।

ଦେଖିବାକୁ ଗଲେ ଆଗରୁ ସାରା ଓ ଭିକ୍ଟୋରିଆ ଗୋଟିଏ ଓ୍ବେବ୍ ସାଇଟରେ କାମ କରୁଥିଲେ । ସାରାଙ୍କ କହିବା କଥା ତାଙ୍କ ପୁଅର ସ୍କୁଲରେ ଥିବା ଫୁଟୁବଲ ସଙ୍ଘରୁ ତାଙ୍କୁ ମଧ୍ୟ ବାହାର କରାଯାଇଛି ।

ଯାହାଦ୍ବାରା ସେ ତାଙ୍କ ପୁଅର ପ୍ରାକ୍ଟିସ୍ କରାଇପାରୁନାହାନ୍ତି । ଏହା ସହ ସେ ଆହୁରି କହିଛନ୍ତି, ତାଙ୍କର ବିଶ୍ବାସ ଅଛି ବିକ୍ଟୋରିଆ ଓ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ସାରା ଏବେ ତାଙ୍କ ପୁଅକୁ ଘରୋଇ ଟ୍ୟୁସନ ଦେବା ସହ ଏକ ପବ୍ଲିକ୍ ସ୍କୁଲରେ ପଢ଼ାଉଛନ୍ତି ।

ସମ୍ବନ୍ଧିତ ଖବର